ରାୟଗଡ଼ା ଜିଲ୍ଲା ୫ଦିନ ଲକଡାଉନ

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପାଞ୍ଚ ଦିନ ଲକଡାଉନ ଓ ଦୁଇଦିନ ସଟଡାଉନ ଘୋଷଣା କରିଛନ୍ତି। ଆସନ୍ତା ୨୩ ଓ ୨୪ ଲକଡାଉନ ରହୁଥିବାବେଳେ  ୨୫ଓ ୨୬ ତାରିଖ ସମ୍ପୂର୍ଣ୍ଣ ସଟଡାଉନ ରହିବ। ସେହିପରି ୨୭ରୁ ୨୯ ପର୍ଯ୍ୟନ୍ତ ଜିଲ୍ଲାରେ ଲକଡାଉନ ରହିବ ବୋଲି ଜିଲ୍ଲାପାଳ ଶ୍ରୀ ବେହେରା ସୂଚନା ଦେଇଛନ୍ତି। ଏହି ସମୟରେ ଅଯଥାରେ ଘରୁ ନ ବାହାରିବା ପାଇଁ ଜିଲ୍ଲାବାସୀଙ୍କୁ  ନିବେଦନ କରିଛନ୍ତି । ଲକଡାଉନ ସମୟରେ ଔଷଧ ଦୋକାନ ସହ ଜରୁରୀକାଳୀନ ସେବା ଜାରି ରହିବ।  ସକାଳ ୭ଟାରୁ ଦିନ ୧୧ଟା ଯାଏଁ କେବଳ ପରିବା, ଗ୍ରୋସରୀ ଏବଂ ଦୁଗ୍ଧଜାତୀୟ ଦ୍ରବ୍ୟ ଦୋକାନ ଖୋଲା ରହିବ।