୪ ଗିରଫ, ୬୮ ହଜାର ଟଙ୍କା ଜବତ

ଫୁଲବାଣୀ,ଖଜୁରିପଡା,ଏନ୍ଏନ୍ଏସ୍: ଫୁଲବାଣୀ ସଦର ଥାନା ପୁଲିସ ଏକ ରାଜପଥ ଡକାୟତି ମାମଲାରେ ୨ ଜଣ ନାବାଳକଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି।  ସୂଚନା ଅନୁଯାୟୀ, ଗତ ୧୭ ତାରିଖ ରାତିରେ ଅନୁଗୁଳରୁ ଏକ ପିକ୍ଅପ ଆସୁଥିବାବେଳେ ଏନଏଚ୍ ୧୫୭ ର ଭେଟଖୋଲ ଘାଟି ଉପରେ ୪ ଜଣ ଡକାୟତ ଡ୍ରାଇଭରକୁ ଆକ୍ରମଣ କରି ତାଙ୍କଠାରୁ ୭୦ ହଜାର ଟଙ୍କା ଲୁଟ କରିଥିଲେ। ଏନେଇ ଡ୍ରାଇଭର ସନ୍ତୋଷ ସାହୁ ସଦର ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ କରିବାସହ ଏହି ଘଟଣାରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ୨ ଜଣ ନାବାଳକ ଅଛନ୍ତି। ସେମାନଙ୍କ ନିକଟରୁ ୬୮ ହଜାର ଟଙ୍କା ପୁଲିସ ଜବତ କରିଛି। ନାବାଳକ ଦ୍ୱୟଙ୍କୁ ଜୁଭେନାଇଲ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯାଇଥିବାବେଳେ ପ୍ରମୋଦ ଦିଗାଲ ଓରଫ ରାକେଶ ଓ ମନୋଜ ମାହକୁଡ ଓରଫ ସାନ୍ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନାଅଧିକାରୀ ଶ୍ରୀ ସେଠୀ ସୂଚନା ଦେଇଛନ୍ତି।