ଆଜି ସୁସ୍ଥହେଲେ ୪୪୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୪୪୦  କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୩,୭୪୯ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୮୩ ଜଣ ସୁସ୍ଥ ହୋଇଥିବାବେଳେ, ଗଞ୍ଜାମରୁ ୬୮, ବାଲେଶ୍ୱରରୁ ୪୯, ମାଲକାନଗିରିରୁ ୪୦, ଜଗତସିଂହପୁରରୁ ୨୩, ଭଦ୍ରକରୁ ୨୧, ମୟୂରଭଞ୍ଜରୁ ୨୦, କୋରାପୁଟରୁ ୧୮,ପୁରୀରୁ ୧୭, ଝାରସୁଗୁଡ଼ାରରୁ ୧୨, କେନ୍ଦୁଝର ଓ ନବରଙ୍ଗପୁରୁରୁ୧୨ ଜଣ ଲେଖାଏଁ, କଟକରୁ ୧୧, ବରଗଡ଼ରୁ ୧୦, ଯାଜପୁର ଓ ଅନୁଗୁଳରୁ ୯ଜଣ ଲେଖାଏଁ , କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ରୁ ୬ଜଣ ଲେଖାଏଁ , ବଲାଙ୍ଗିର ଓ ସମ୍ବଲପୁରରୁ ୫ଜଣ ଲେଖାଏଁ ଏବଂ ନୟାଗଡ଼ରୁ ୪ ଜଣ ସୁସ୍ଥ ହୋଇଛନ୍ତି।