ଜାଡେଜାଙ୍କୁ ନେଇ ଧୋନୀଙ୍କୁ ଏମିତି କିଛି କହିଥିଲେ ମୋଦୀ…

ନୂଆଦିଲ୍ଲୀ: ଭାରତୀୟ ଟିମର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ହୋଇଥିବା ତାଙ୍କ ପ୍ରଥମ ସାକ୍ଷାତକୁ ମନେ ପକାଇଛନ୍ତି । ଭାରତୀୟ ଜନତା ଯୁବା ମୋର୍ଚ୍ଚା ଦ୍ୱାରା ଜାରି କରାଯାଇଥିବା ଭିଡିଓରେ ଜାଡେଜା କହିଛନ୍ତି ଯେ, ଅହମ୍ମଦାବାଦରେ ୨୦୧୦ରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲି ସେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ । ମୋଟେରା ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ଥିଲା । ମାହି ଭାଇ ଆମ କ୍ୟାପଟେନ ଥିଲେ ଯିଏ ମୋଦୀଙ୍କ ସହ ମୋର ପରିଚୟ କରାଇଥିଲେ । ମୋଦୀ ସାହେବ ନିଜେ କହିଲେ କି ଭାଇ ୟେ ଆମ ପିଲା ଧ୍ୟାନ ରଖିବ। ଜଣେ ବଡ଼ସ୍ତରର ବ୍ୟକ୍ତି ଆପଣଙ୍କ ପାଖକୁ ଆସି ଏମିତି କଥା କହିଲେ ଖୁସି ଅନୁଭବ ହୋଇଥାଏ ।

ସୂଚନାଯୋଗ୍ୟ, ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରିବାବାଙ୍କୁ ବିଜେପି ପକ୍ଷରୁ ଜାମନଗର ଟିକେଟ ମିଳିଛି । ଗତ ସୋମବାର ଦିନ ନିଜେ ଜାଡେଜା ମଧ୍ୟ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ।