ପାଟଣାଗଡ଼ ବ୍ଲକସ୍ତରୀୟ ଜନ ଶୁଣାଣୀ ଶିବିର

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ସ୍ଥାନୀୟ ବ୍ରହ୍ମପୁରାସ୍ଥିତ ସୁଭଦ୍ରା ଭବନ ପରିସରରେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ ଓ ମମତା ଯୋଜନାର ବ୍ଲକସ୍ତରୀୟ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହିକ୍ରମରେ ଉପଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ, ବିଡିଓ ସୁମନ୍ତ କୁମ୍ଭାର, ଏବିଡିଓ ପ୍ରଭାତ ସାହୁ, ସହକାରୀ ଯନ୍ତ୍ରୀ ତନକିଶୋର ନାୟକ, ଏପିଓ ସନ୍ତୋଷ ପ୍ରଧାନ, ବିଏସ୍‌ଏସ୍‌ଓ କମଳାକାନ୍ତ ବାରିକ ଓ ରାଜ୍ୟସଭା ସାଂସଦ ପ୍ରତିନିଧି ସନ୍ତୋଷିନୀ ବିଶି ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଚଳିତ ଆର୍ଥିକ ବର୍ଷରେ ସମୁଦାୟ ୨୮ ହଜାର ୬୪୪ ଜବକାର୍ଡ ପ୍ରଦାନ କରାଯାଇଥିବାବେଳେ ୬ଲକ୍ଷ ୧୮ହଜାର ୩୬୭ ଶ୍ରମ ଦିବସ ସୃଷ୍ଟି ହୋଇଥିବା ଜଣାଯାଇଛି । ସେହପରିି ୧,୦୬୫ଜଣ ଶ୍ରମିକ ୧୦୦ ଦିନର କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିବା କୁହାଯାଇଛି ।୧୫ ହଜାର ୬୬୬ ଶ୍ରମିକ କାମ ପାଇଁ ଆବେଦନ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୧୫ହଜାର ୬୬୨ଜଣଙ୍କୁ କାମ ଯୋଗାଇ ଦିଆଯାଇଥିବା ବ୍ଲକ ପକ୍ଷରୁ କୁହାଯାଇଛି । ତେବେ ଏହି ଜନ ଶୁଣାଣୀ ପାଇଁ ଅଧିକାରୀମାନେ ବିନା ପ୍ରସ୍ତୁତିରେ ଆସୁଥିବାରୁ ବୈଠକରେ ଗବୀର ଉଦବେଗ ପ୍ରକାଶ ପାଇଥିଲା । ବ୍ଲକ କର୍ମଚାରୀ ସତ୍ୟବ୍ରତ ସାହୁ ଏବଂ ଖୁସିରାମ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବିଡିଓ ସୁମନ୍ତ କୁମ୍ଭାର ଧନ୍ୟବାଦ ଦେଇଥିଲେ ।