ତେଜସ୍ୱୀଙ୍କୁ ଭେଟିଲେ ଆଦିତ୍ୟ

ପାଟନା: ଶିବସେନାର ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେ ଆଜି ପାଟନା ଗସ୍ତ କରିଛନ୍ତି । ଏହି ଅବସରରେ ଆଦିତ୍ୟ ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ପ୍ରକାଶ ଯାଦବଙ୍କୁ ତାଙ୍କ ଆବାସରେ ଭେଟି କିଛି ସମୟ ଆଲୋଚନା କରିଥିଲେ। ଆଦିତ୍ୟଙ୍କ ସହ ଶିବସେନା ନେତା ପ୍ରିୟଙ୍କା ଚର୍ତୁବେଦୀ ଓ ଅନିଲ ଦେଶାଇ ଉପସ୍ଥିତ ଥିଲେ । ତେଜସ୍ୱୀଙ୍କୁ ସୋଲ୍ ଓ ଛତ୍ରପତି ଶିବାଜୀଙ୍କ ମୂର୍ତ୍ତି ଦେଇ ଆଦିତ୍ୟ ସମ୍ମାନିତ କରିଥିଲେ । ତେଜସ୍ୱୀ ମଧ୍ୟ ସୋଲ୍ ସହ ପିତା ଲାଲୁ ପ୍ରସାଦ ଯାଦବଙ୍କ ୨ଟି ବହି ଭେଟିଥିଲେ ।

ଏହାପୂର୍ବରୁ ମୁମ୍ବାଇରେ ଆଦିତ୍ୟ ଠାକରେ କହିଥିଲେ ଯେ, ତେଜସ୍ୱୀ ଯାଦବ ମୋ ବୟସର ନେତା । କାମ ଆଗକୁ ନେବା ନେଇ କିଛି ଆଲୋଚନା ହୋଇପାରେ । ଫୋନରେ କଥା ହୋଇଛୁ କିନ୍ତୁ ପ୍ରଥମଥର ପାଇଁ ଆମର ସାକ୍ଷାତ ହେବ ।