ଏସିଆ କପରୁ ବାଦ ପଡ଼ିଲେ ଜାଡ଼େଜା

ନୂଆଦିଲ୍ଲୀ: ଏସିଆ କପ ୨୦୨୨ ସୁପର ୪ ପୂର୍ବରୁ ଭାରତକୁ ଝଟକା ଲାଗିଛି । ଟିମ ଇଣ୍ଡିଆର ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜା ଆହତ କାରଣରୁ ବାଦ୍ ପଡ଼ିଛନ୍ତି । ଫଳରେ ଜାଡେଜାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ଟିମରେ ସ୍ଥାନ ମିଳିଛି । ଏନେଇ ବିସିସିଆଇ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି । ଜାଡ଼େଜା ପାକିସ୍ତାନ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ଭାରତକୁ ଜିତାଇଥିଲେ ।

ଭାରତୀୟ ଟିମ୍ ସେପ୍ଟେମ୍ବର ୪ରେ ନିଜର ସୁପର ୪ର ପ୍ରଥମ ମ୍ୟାଚ ଖେଳିବ । ରିବନ୍ଦ୍ର ଜାଡ଼େଜାଙ୍କ ସ୍ଥାନ ନେଇଥିବା ଅକ୍ଷର ପଟେଲ ଜିମ୍ବାୱେ ଏବଂ ୱେଷ୍ଟେଣ୍ଡିଜ ବିରୋଧରେ ଭଲ ଖେଳିଥିଲେ । ସେ ମଧ୍ୟ ଜଣେ ଭଲ ଅଲରାଉଣ୍ଡର ।