ବୀର ସାବରକର ପାଇଁ ୧୮ କେଜି ଓଜନ କମାଇଲେ ରଣଦୀପ ହୁଡ୍ଡା

ମୁମ୍ବାଇ: ବଲିଉଡ ଅଭିନେତା ରଣଦୀପ ହୁଡ଼ା ଏବେ ତାଙ୍କ ଆଗାମୀ ଫିଲ୍ମ ‘ସ୍ୱତନ୍ତ୍ର ବୀର ସାବରକର’ର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଫିଲ୍ମ ପାଇଁ ରଣଦୀପ ୧୮ କିଲୋ ଓଜନ କମାଇଛନ୍ତି । ରଣଦୀପ ନିଜର ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫ୍ୟାନ୍ସଙ୍କୁ ରଣଦୀପଙ୍କ ନୂଆ ଲୁକ ବେଶ ପସନ୍ଦ ଆସିଛି ।

‘ସ୍ୱତନ୍ତ୍ର ବୀର ସାବରକର’ ଫିଲ୍ମଟି ମହେଶ ମାଞ୍ଜରେକରଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେଉଛି । ସାବରକରଙ୍କ ୧୩୯ତମ ଜୟନ୍ତୀରେ ରଣଦୀପ ଫିଲ୍ମର ଫାଷ୍ଟ ଲୁକ ସେୟାର କରିଥିଲେ ।

ସୂଚନାଯୋଗ୍ୟ, ଏହାପୂର୍ବରୁ ୨୦୧୬ରେ ଆସିଥିବା ଫିଲ୍ମ ‘ସରବଜୀତ’ ପାଇଁ ରଣଦୀପ ହୁଡ୍ଡା ଓଜନ ହ୍ରାସ କରିଥିଲେ । ମାତ୍ର ୨୮ ଦିନରେ ୧୮ କେଜି ଓଜନ କମାଇଥିଲେ । ସେ ସମୟରେ ତାଙ୍କୁ ଆଦୌ ଚିହ୍ନି ହେଉନଥିଲା। ଫିଲ୍ମ ପ୍ରତି ଥିବା ତାଙ୍କ ଉତ୍ସର୍ଗ୍ୟଗୃତ ଭାବନା ପାଇଁ ତାଙ୍କ ସମସ୍ତେ ବେଶ୍ ପସନ୍ଦ କରନ୍ତି ।