ମାଙ୍ଗାଲୁରୁରେ ମୋଦୀ, ଜମିଲା ଭିଡ଼

କେରଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳର କୋଚ୍ଚିରୁ କର୍ଣ୍ଣାଟକର ମାଙ୍ଗାଲୁରୁ ପହଞ୍ଚିଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଝଲକକୁ ପାଇବା ପାଇଁ ରାସ୍ତାର ଉଭୟ ପାଶ୍ୱର୍ରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା । ଏଥିରେ ମହିଳା ଏବଂ ଶିଶୁ ମଧ୍ୟ ସାମିଲ ଥିଲେ । କିଛି ଶିଶୁ ସାଥୀରେ ତ୍ରିରଙ୍ଗା ଧରିଥିବାବେଳେ ‘ମୋଦୀ-ମୋଦୀ’ ନାରା ଦେଇଥିଲେ ।

ମାଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ ମୋଦୀ ୩୮୦୦ କୋଟି ଟଙ୍କାର ପରିଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ । ଏହି ଅବସରରେ ମୋଦୀ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିଥିଲେ ।