ରଭିନା ଟଣ୍ଡନ ନାଁରେ ଟୁଇଟରରେ ଫେକ୍ ଏକାଉଣ୍ଟ

ମୁମ୍ବାଇ,ଏଜେନ୍ସି: ବଲିଉଡ ଅଭିନେତ୍ରୀ ରଭିନା ଟଣ୍ଡନଙ୍କ ନାମରେ ଏକ ଫେକ୍ ଟୁଇଟର ଏକାଉଣ୍ଟ ପରିଚାଳିତ ହେଉଥିବା ନେଇ ସେ ନିଜେ ଏକ ଥାନାରେ ମାମଲା ଦାଖଲ କରିଛନ୍ତି। ମୁମ୍ବାଇ ପୁଲିସ ସାଇବର ସେଲର ସୂଚନା ଅନୁସାରେ ଅଭିଯୁକ୍ତ ଜଣଙ୍କ ମୁମ୍ବାଇ ପୁଲିସ ମୁଖ୍ୟ ପରମବିର ସିଂଙ୍କ ଏକ ଭିଡ଼ିଓ କରି ସେଥିରେ ଅପମାନ ଜନକ ମନ୍ତବ୍ୟ ସହ ତାଙ୍କ ଟୁଇଟରରେ ଏକାଉଣ୍ଟରେ ପୋଷ୍ଟ କରିଛନ୍ତି। ସେହିପରି ମରାଠି ଭାଷାରେ ଏହି ପୋଷ୍ଟ ହୋଇଛି।

ଏନେଇ ପୁଲିସ ଆଇପିସି ଧାରା ସହିତ ସୁଚିନ୍ତିତ ଧର୍ମ କିମ୍ବା ଧାର୍ମିକ ବିଶ୍ୱାସକୁ ଅପମାନିତ କରି ଭାବନାକୁ ଆଘାତ ପହଞ୍ଚାଇବା, ଜନସାଧାରଣଙ୍କୁ ହଇରାଣ କରିବା ନେଇ ମାମଲା ରୁଜୁ କରିଛି। ସେହିପରି ଅଭିଯୋଗ ହେବାପରେ ପୁଲିସ ଉକ୍ତ ଟୁଇଟର ଏକାଉଣ୍ଟଟିକୁ ବ୍ଲକ କରିଥିବା ଜଣାପଡ଼ିଛି।