ମଧ୍ୟପ୍ରଦେଶ ଭୋଟମାନେ ବୁଦ୍ଧିମାନ, ପୁଣି କଂଗ୍ରେସ କ୍ଷମତାକୁ ଫେରିବ: କମଲ ନାଥ

ଭୋପାଲ,ଏଜେନ୍ସି: ମଧ୍ୟପ୍ରଦେଶର ଭୋଟରମାନେ ସରଳ, ନିର୍ବୋଧ ଏବଂ ଗରିବ, କିନ୍ତୁ ସେମାନେ ବୁଦ୍ଧିମାନ। ଆଗାମୀ ବିଧାନସଭା ଉପନିର୍ବାଚନରେ କଂଗ୍ରେସ ପୁଣି କ୍ଷମତାକୁ ଫେରିବ, ଏନେଇ ଆଜି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ କହିଛନ୍ତି। ଗତ ମାର୍ଚ୍ଚ ମାସରେ କମଲ ନାଥ ସରକାରର ପତନ ହୋଇଥିବାବେଳେ ବିଜେପି ରାଷ୍ଟ୍ର ମଙ୍ଗ ଧରିବା ନେଇ ଚର୍ଚ୍ଚା ହେଉଛି।

ନଭେମ୍ବର ୩ ତାରିଖରେ ରାଜ୍ୟରେ ୨୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଉପନିର୍ବାଚନ ହେବ। ତେଣୁ ପୁଣି ମୁଖ୍ୟମନ୍ତ୍ରୀ କ୍ଷମତାକୁ ଫେରିବାକୁ ହେଲେ କଂଗ୍ରେସକୁ ୨୮ଟି ସିଟରେ ଜିତିବାକୁ ପଡ଼ିବ। ଯେଉଁଠାରେ ୨୩୦ ସିଟରେ ବିଜେପିକୁ ୧୧୬ ସଂଖ୍ୟା ଗରିଷ୍ଠତା ହାସଲ କରିବାକୁ ୯ଟି ଆସନର ଆବଶ୍ୟକ ରହିଛି।

ଏହି ପରିପ୍ରେକ୍ଷୀରେ ଶ୍ରୀ ନାଥ କହିଛନ୍ତି ଯେ, ରାଜ୍ୟର ଭୋଟର ମାନଙ୍କ ଉପରେ ମୋର ପୂରା ବିଶ୍ୱାସ ଅଛି, ଖାସ କରି ୨୮ଟି ବିଧାନସଭା ମଣ୍ଡଳୀରେ। ଏଥି ସହିତ ଭୋଟରମାନେ ବିଜେପି ସମ୍ପର୍କରେ ଅବଗତ ଅଛନ୍ତି, ଗତ ୭ ମାସ ହେଲା ବିଜେପି ଜନାଦେଶରେ କ୍ଷମତାକୁ ଆସିବା ପରଠାରୁ ରାଜ୍ୟରେ କିଛି ପରିବର୍ତ୍ତନ ହୋଇନାହିଁ, କୃଷକମାନଙ୍କ ପରିସ୍ଥିତି ଅଧିକ ଖରାପ ହୋଇଯାଇଛି ଓ ବେକାରୀ ସମସ୍ୟା ମଧ୍ୟ ବଢ଼ି ଯାଇଛି ବୋଲି କହିଛନ୍ତି।