Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ନାବଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ : ୨ ଅଭିଯୁକ୍ତ ଗିରଫ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ନାବଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ : ୨ ଅଭିଯୁକ୍ତ ଗିରଫ

ଦେବଗଡ, ଏନଏନଏସ : ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅଂଚଳର ଜଣେ ୧୬ ବର୍ଷୀଆ ନାବାଳିକାଙ୍କୁ ଦେବଗଡ଼ ଥାନା ଅନ୍ତର୍ଗତ ବିଛଣାପୁର ଗ୍ରାମର ଗତ ମଙ୍ଗଳବାର ସଂନ୍ଧ୍ୟାରେ ଗଣଦୁଷ୍କର୍ମ ହୋଇଥିବା ନେଇ ପୀଡ଼ିତା ଗତ ବୁଧବାର ଦିନ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଦେବଗଡ଼ ଥାନା ପୁଲିସ ଶନିବାର ଉକ୍ତ ଗ୍ରାମର ଦୁଇ ଦୁଷ୍କର୍ମକାରୀକୁ ଗିରଫ କରି କୋର୍ଟଚାଳାଣ କରିଥିବା ଜଣାପଡ଼ିଛି। ଜାମିନ ନାମାଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତ ପଠାଇ ଦିଆଯାଇଛି ।

ସୂଚନା ଅନୁଯାୟୀ, ବାରକୋଟ ଥାନାଚଂଳର ଜଣେ ୧୬ ବର୍ଷୀଆ ନାବାଳିକା ଦୀପାବଳୀ ଅବସରରେ ଦେବଗଡ଼ ଥାନା ଅନ୍ତର୍ଗତ ବିଛଣାପୁର ଗ୍ରାମରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିଲେ । ତେବେ ଗତ ୨୯ ତାରିଖ ମଙ୍ଗଳବାର ସଂନ୍ଧ୍ୟା ପ୍ରାୟ ସାଢେ ୭ଟା ସମୟରେ ପରିଶ୍ରା ପାଇଁ ଘର ବାହାରକୁ ଯାଇଥିବା ବେଳେ ସେହି ଗ୍ରାମର ବଳରାମ ଦେହୁରିଙ୍କ ପୁଅ ଅଜିତ ଦେହୁରି ଓ ଦ୍ୱାରୀ ପେଣ୍ଠେଇର ପୁଅ ବିନୋଦ ପେଣ୍ଠେଇ ତାଙ୍କୁ ବଳପୂର୍ବକ ପାଟି ବନ୍ଦ କରି ନିକଟସ୍ଥ ଏକ ବୁଦା ମୂଳକୁ ଟେକି ନେଇ ଦୁଷ୍କର୍ମ କରିଥିଲା। ନାବଳିକା ଜୋରରେ ଚିତ୍କାର କରିବା ଫଳରେ ଅଭିଯୁକ୍ତ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଗୁରୁତର ନାବଳିକା ଘରକୁ ଫେରି ନିଜ ସମ୍ପର୍କୀୟଙ୍କୁ ଘଟଣା ସମ୍ପର୍କରେ କହିବା ପରେ ପରିବାର ଲୋକେ ଅଭିଯୁକ୍ତଙ୍କ ଘରକୁ ଯାଇ ସେମାନଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ କହିବାରୁ ଅଭିଯୁକ୍ତଙ୍କ ପରିବାର ଲୋକେ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଧମକ ଦେଇଥିଲେ । ଘଟଣା ଦିନ ରାତି ଅଧିକ ହୋଇ ଯାଇଥିବାରୁ ପୀଡ଼ିତା ଗତ ବୁଧବାର ଦିନ ଦେବଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅଧାରରେ ଦେବଗଡ ଥାନା ପୁଲିସ ଏକ ମାମଲା ଋୁଜୁ କରି ଘଟଣାର ତଦନ୍ତ କରୁଥିଲା ।