Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଜୀବନ ଜୀବିକାର ନୂଆ ସମୀକରଣ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଜୀବନ ଜୀବିକାର ନୂଆ ସମୀକରଣ

ବାଓଫ୍ଲକ...

ଦେଶରେ ବେକାର ସମସ୍ୟା ଏମିତି ଉତ୍କଟ ରୂପ ଧାରଣ କଲାଣି, ତାହା ଆକଳନ କରିବା କଷ୍ଟ । ଯାହା ପରିସଂଖ୍ୟାନର ଗଣିତ କହେ ସର୍ବମୋଟ ଲୋକସଂଖ୍ୟାରୁ ୬୦ କୋଟିରୁ ଊଦ୍ଧ୍ୱର୍ ଯୁବଗୋଷ୍ଠୀ ବେକାରୀ ଖାତାରେ ନାଁ ଲେଖାଇ କୌଣସି କାମଧନ୍ଦା ନପାଇ ନିଶାସେବନ, ଅପରାଧ,ରାହାଜାନୀ କି ଡ଼କାୟତି ଭଳି ଘୃଣ୍ୟକର୍ମରେ ଲିପ୍ତ ହେଉଛନ୍ତି । ଚାକିରି କରିବାକୁ ନାହିଁ ଉପଯୁକ୍ତ କର୍ମସଂସ୍ଥାନ କି ବେପାର କରିବାକୁ ନାହିଁ ଅର୍ଥ । ଘରେ ହାତଗୋଡ଼ ବାନ୍ଧି ବାପାମାଆଙ୍କ ଉପରେ ବୋଝ ହୋଇ ରହୁଛନ୍ତି ସିନା, କରିବାକୁ ନିଜ ପାଖରେ କିଛି ଯୁ ନାହିଁ । ଏହି ସମୟରେ ଯୁବଗୋଷ୍ଠୀ ଘରେ ନବସି ବରଂ ନିଜର ସାଧ୍ୟମତେ ରୋଜଗାରର ପନ୍ଥା ନିଜେ ବାହାର କରିବା ଦରକାର । ପାଠ ପଢ଼ିଛେ ମାନେ ଚାକିରି ନିହାତି କରିବା ଦରକାର, ଏହି ଧାରଣା ମନରୁ ବାହାର କରି ନିଜର ଶ୍ରମକୁ ନିଜ ଜ୍ଞାନ ବଳରେ ବ୍ୟବହାର କରି କିଛି ଧନ୍ଦା କରିବା ଦରକାର । ଦୁନିଆର ଏତେ ପ୍ରକାର ବ୍ୟବସ୍ଥା ଥିବା ସତ୍ତେ୍ୱ କାହିଁକି ତାହାର ଉପଯୋଗ କରାଯାଇପାରିବ ନାହିଁ । ବାଓଫ୍ଲକ ସେମିତି ଏକ ମାଧ୍ୟମ ଯାହା ଦ୍ୱାରା କମ୍ ଜାଗାରେ, କମ୍ ଖର୍ଚ୍ଚରେ, କମ୍ ସମୟରେ ଅଧିକ ମାଛ ଉତ୍ପାଦନ କରାଯାଇପାରିବ । ଏହି ବ୍ୟବସ୍ଥା ଯଦିଓ ଭାରତବର୍ଷରେ ବହୁଳ ପରିମାଣରେ ବ୍ୟବହାର କରାଯାଇନାହିଁ, କିନ୍ତୁ କେତେକ ଶିକ୍ଷିତ ଏହାକୁ ଚ୍ୟାଲେଞ୍ଜ ସହକାରେ ନେଇ ସଫଳତା ମଧ୍ୟ ପାଇଲେଣି । ବାଓଫ୍ଲକ ମାଛ ଚାଷ କଣ ଓ ଏହାକୁ ନେଇ ସଫଳତା ପାଇଥିବା ବ୍ୟକ୍ତିଙ୍କ ସହ ସ୍ୱତନ୍ତ୍ର ଉପସ୍ଥାପନା ।

ବାଓଫ୍ଲକ କଣ-
ବାଓଫ୍ଲକ ଟେକ୍ନୋଲୋଜି(ବିଏଫ୍ଟି) ଏକ ମାଛ ଚାଷର ନୂଆ ଅଧ୍ୟାୟ ଓ ଲାଭଜନକ ମାଧ୍ୟମ । ଯାହାଦ୍ୱାରା ଅତିକମ୍ ସମୟରେ , ସ୍ୱଳ୍ପ ଖର୍ଚ୍ଚରେ, କମ୍ ପୁଞ୍ଜି ନିବେଶରେ ସହଜ ଉପାୟରେ ଅଧିକ ଅମଳ ଓ ରୋଜଗାର କରିବାର ବାଟ ବତାଇଥାଏ । ଦେଶରେ ଯେମିତି ଭାବରେ ସ୍ଥାନାଭାବ, ଖାଦ୍ୟାଭାବ, ତଥା ପରିବେଶ ଦୂଷିତ କାରଣରୁ ଉତ୍ପାଦିତ ଦ୍ରବ୍ୟର ବ୍ୟବହାର ବିପଦଜ୍ଜନକ ହୋଇପଡ଼ିଛି । ଏହି ପଦ୍ଧତିରେ ଉତ୍ପାଦିତ ହେଉଥିବା ମାଛ ଖାଦ୍ୟ ଆବଶ୍ୟକତା ପୂରଣ କରିବା ସହିତ ସୁସ୍ଥ ଓ ପ୍ରୋଟିନଯୁକ୍ତ ମଧ୍ୟ ହୋଇଥାଏ । ମାଛ ଚାଷରେ ବିଶେଷ କରି ବାହାର ଜଳ କୁଣ୍ଡ ବା ପୋଖରୀ ଭିତରେ ପ୍ରବେଶ କରିବା କିମ୍ବା କୌଣସି ବାହ୍ୟ କାରକଙ୍କ କାରଣରୁ ଦୂଷିତ ହେବା ଦେଖାଯାଇଥାଏ । କିନ୍ତୁ ଏହି ପଦ୍ଧତିରେ ସେସବୁର ଭୟ ଖୁବ୍ କମ୍ ଥାଏ । ପରିବେଶ ପ୍ରତି କୌଣସି ବିପଦ ଯେମିତି ସୃଷ୍ଟି କରେ ନାହିଁ ମଣିଷ ସମାଜ ଖାଦ୍ୟ ଭାବରେ ଗ୍ରହଣ କଲେ ମଧ୍ୟ କୌଣସି ପ୍ରଭାବ ପକାଇ ନଥାଏ । ଏହି ପଦ୍ଧତି ପାଇଁ ଅର୍ଥ ଯେମିତି ବାଧକ ସାଜେ ନାହିଁ, ସ୍ଥାନ ବି ସେମିତି ଅନ୍ତରାୟ ସୃଷ୍ଟି କରେ ନାହିଁ । କିଚେନ୍ ଗାର୍ଡ଼େନ ଭଳି ନିଜର କମ ପରିମିତ ଜାଗାରେ ଏହାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ମଧ୍ୟ ଉପଯୋଗ କରିହେବ ।
ବାଓଫ୍ଲକ ବ୍ୟବସ୍ଥାରେ କାହିଁକି ମାଛଚାଷ-
ବିଶ୍ୱରେ ଲୋକସଂଖ୍ୟା ବୃଦ୍ଧି ପାଇବା କାରଣରୁ ଦେଖାଯାଇଥିବା ଖାଦ୍ୟ ସମସ୍ୟାରେ ଏହିଚାଷ ତାହାର ଭରଣା କରିବ ବୋଲି ଏକ ଆଶାର ଆଲୋକ ଦେଖାଦେଇଛି । ବିଶ୍ୱରେ ୨୦୨୦ ବେଳକୁ ୨୩ ମିଲିୟନ ଟନ୍ ସାମୁଦ୍ରିକ ଖାଦ୍ୟର ଆବଶ୍ୟକତା ଦେଖାଦେବ ବୋଲି ଆକଳନ କରାଯାଉଛି । ସମୁଦ୍ରରେ ପ୍ରଦୂଷଣର ପରିମାଣ ବୃଦ୍ଧି ପାଉଥିବା କାରଣରୁ ତାହାର ଭରଣା କରବାକୁ ନେଇ ଏକ ସନ୍ଦିହାନ ହୋଇପଡ଼ିଛି ମଣିଷ ସମାଜ । ଏହାର ଭରଣା କରିବାକୁ ଅତ୍ୟାଧୁନିକ ଉପାୟରେ କରାଯାଉଥିବା ମାଛଚାଷ ଭରଣା କରିବ ବୋଲି ଆଶା ପ୍ରକଟ ହୋଇଛି । ଖାଦ୍ୟ ଓ କୃଷି ସଂଗଠନ(ଏଫ୍ଏଓ)ର ଏହି ଆକଳନ ଯଦି ସତ ହୁଏ, ତାହେଲେ ମାଛ ଚାଷର ଆବଶ୍ୟକତା କେତେ ତାହା ସେଥିରୁ ସ୍ପଷ୍ଟ ଅନୁମେୟ । ମାଛ ହେଉ ବା କୃଷି ହେଉ ସେଥିପାଇଁ ଦରକାର ପଡ଼ୁଥିବା ଜଳ, ଜମି ବି ଦିନକୁଦିନ କମିବାରେ ଲାଗିଛି । ଏହିଭଳି ପରିସ୍ଥିତିରେ ଯଦି କମ ସ୍ଥାନରେ କିମ୍ବା କମ ଜଳରେ ଖାଦ୍ୟ ଉତ୍ପାଦନର ପରିମାଣ ବୃଦ୍ଧି କରି ନହେବ ସମସ୍ୟା ନିୟନ୍ତ୍ରଣ ବାହାରକୁ ଚାଲିଯିବା ଥୟ । ଯଦି ଜଳ ସମସ୍ୟା ଆଜିକା ଦିନରେ ଦେଖାଦେଇଛି, ତାହା କେବଳ କୃଷି କ୍ଷେତ୍ରରୁ ୭୦ଭାଗ ଜଳ ବ୍ୟବହାର ନହୋଇ ନଷ୍ଟ ହୋଇଯାଉଛି । ଯାହାକୁ ଧରି ରଖିବାର ବ୍ୟବସ୍ଥା ମଧ୍ୟ ଆମମାନଙ୍କ ପାଖରେ ବିକଳ୍ପ ଭାବରେ ନାହିଁ । ଜଣେ ଲୋକ ଯେତିକି ଖାଦ୍ୟ ଭକ୍ଷଣ କରୁଛି, ଦିନକୁ ୨ରୁ୫ ହଜାର ଲିଟର ଜଳର ଆବଶ୍ୟକତା ରହିଛି । ଏହି ସବୁ କ୍ଷେତ୍ରରେ ଏହି ଜଳର ପରିମାଣକୁ ଏଡ଼ାଇବାକୁ ହେଲେ ବାଓଫ୍ଲକ ବ୍ୟବସ୍ଥା ଉତ୍କୃଷ୍ଟ ମାଧ୍ୟମ ।
ବାଓଫ୍ଲକ ପଦ୍ଧତିରେ କେଉଁମାଛ ଚାଷ ହୋଇପାରିବ-
ଏହି ପଦ୍ଧତିରେ ସବୁ ମାଛ ଚାଷ କରିବା ସମ୍ଭବପର ହୁହେଁ । ଜୈବ ପ୍ରଯୁକ୍ତି ବିଦ୍ୟାରେ ଆଳୁ ଓ ଟମାଟୋ ଗୋଟିଏ ଗଛରେ ଫଳାଇବାର ଚେଷ୍ଟାରେ ଯେମିତି ପୋମାଟୋ ଗଛର ଉଦ୍ଭାବନ ବୈଜ୍ଞାନିକମାନେ କରିଥିଲେ, ଏହାକୁ କିଚେନ ଗାର୍ଡ଼େନ କିମ୍ବା ବାଲକୋନୀ କି ପୋର୍ଟିକୋରେ ଚାଷ କରାଯାଉଥିଲା, ଏହା ସେମିତି ଅତି କମ୍ ଜାଗାରେ ଚାଷ କରାଯାଇପାରିବ । ଏମିତିକି କମ୍ ଖର୍ଚ୍ଚରେ ପ୍ରଥମେ ଏହି ଛାଷକୁ ମଧ୍ୟ ପରୀକ୍ଷାମୂଳକ ଭାବରେ କରାଯାଇପାରିବ । ଚିଙ୍ଗୁଡ଼ି କିମ୍ବା ଅନ୍ୟାନ୍ୟ କେତେକ ନିର୍ଦ୍ଦିଷ୍ଟ ବଡ଼ ମାଛକୁ ଚାଷ କରିବା ସମ୍ଭବ ନୁହେଁ । କଉ, ମାଗୁର, ସିଙ୍ଗି,ରୋହି, ଭାକୁଡ଼,ତେଲପିଆ, ମିରକାଳୀ ଆଦି କେତେକ ମାଛକୁ ଚାଷ କରାଯାଇପାରିବ, ଯାହା ଅବଶ୍ୟ ବିଭିନ୍ନ ପ୍ରକାର ଉନ୍ନତମାନର ଜାଆଁଳ ଉପରେ ନିର୍ଭର କରିବାକୁ ପଡ଼େ । ଏହି ପଦ୍ଧତିରେ ଚାଷ କରାଯାଉଥିବା ମାଛଙ୍କ ଦାମ୍ ବଜାରରେ ଅଧିକ । ସେହି କାରଣରୁ ଏହି ମାଛର ଆବଶ୍ୟକତାକୁ ଲକ୍ଷ୍ୟ କରି ମାର୍କେଟିଂରେ କୌଣସି ପ୍ରତିବନ୍ଧକ ନଥିବା କାରଣରୁ ଓ ଅଧିକ ଉତ୍ପାଦନ ଅଧିକ ହେଉଥିବାରୁ ଚାଷୀ ଲାଭ ଅଧିକ ପାଇପାରେ ।

ବାଓଫ୍ଲକ ମାଛ ଚାଷରେ ଗଣିତ-
ଏହି ଚାଷରେ ମୁଖ୍ୟତଃ ଖାଦ୍ୟଚକ୍ର କାର୍ବନ ଓ ନାଇଟ୍ରୋଜେନର ଅନୁପାତକୁ ସନ୍ତୁଳିତ କରିଥାଏ । ଆମୋନିଆକୁ ଏହି ପଦ୍ଧତିରେ ଉପକାରୀ ବ୍ୟାକ୍ଟେରିଆରେ ପରିଣତ କରିବା କାରଣରୁ ମାଛ ଚାଷ ପାଇଁ ଉପଯୋଗୀ ହୋଇଥାଏ, ଯାହାକୁ ମାଛମାନେ ଖାଦ୍ୟ ଭାବରେ ଗ୍ରହଣ କରି ଶୀଘ୍ର ବଡ଼ ହୋଇଥାନ୍ତି । ବାଓଫ୍ଲକ ପ୍ରଯୁକ୍ତିବିଦ୍ୟା ୧୯୮୮ ମସିହାରେ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଥିଲା । ଯଦିଓ ଏହା ଭାରତବର୍ଷରେ ଏତେ ଲୋକପ୍ରିୟ ହୋଇପାରିନି, କିନ୍ତୁ ଜାଆଁଳ ଓ ମିଠାଜଳରେ ଚିଙ୍ଗୁଡ଼ି ଚାଷରେ ସଫଳତା ମିଳିଛି । ଏହି ପ୍ରଯୁକ୍ତିବିଦ୍ୟାକୁ କେରଳରେ ପ୍ରଥମେ ବ୍ୟବହାର କରାଯାଇ ଅବଶ୍ୟ ସଫଳତା ମିଳିଥିଲା । ବାଓଫ୍ଲକ ବ୍ୟବସ୍ଥାରେ ଦୁଇଟି ଜଟିଳ ବ୍ୟବସ୍ଥାକୁ ସହଜ କରାଯାଇପାରେ, ତାହା ହେଲା ବ୍ୟବହାର ଉପଯୋଗୀ ହୋଇପାରୁ ନଥିବା ଦ୍ରବ୍ୟରୁ ଖାଦ୍ୟପୋଯୋଗୀ ଓ ଫ୍ଲକ ବ୍ୟବସ୍ଥାରୁ ପୋଷକତତ୍ତ୍ୱ ଗ୍ରହଣ କରି ମାଛକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ବାଓଫ୍ଲୋକ ମୁଖ୍ୟତଃ ନାଇଟ୍ରୋଜେନ ମେଟାବୋଲିକ ୱେଷ୍ଟ ଯଥା ଆମୋନିଆ, ନାଇଟ୍ରାଇଟରୁ ମାଛଙ୍କ ଉପଯୋଗୀ ସୁଷମ ଖାଦ୍ୟ ପ୍ରସ୍ତୁତ କରିଥାଏ । ଆମୋନିଆ ହେଟୋଟ୍ରୋଫିକ ବ୍ୟାକ୍ଟେରିଆଙ୍କ ଦ୍ୱାରା ପ୍ରୋଟିନରେ ପରିଣତ ହେବା ଯୋଗୁଁ ମାଛମାନେ ୨/୩ ମାସ ଭିତରେ ଆଶାତୀତ ଭାବରେ ବଢ଼ିଥାନ୍ତି । ବାଓଫ୍ଲୋକ ପଦ୍ଧତିରେ କରାଯାଉଥିବା ମାଛ ଚାଷକୁ ପ୍ରତି ୧୫ଦିନ ବ୍ୟବଧାନରେ ଏହାର ଓଜନ, ଲମ୍ବ ଓ ବୃଦ୍ଧିର ଅନୁପାତକୁ ପରୀକ୍ଷା କରାଯାଇଥାଏ । ଇଲେକଟ୍ରୋନିକ ମାପଯନ୍ତ୍ରରେ ମାଛର ନିର୍ଦ୍ଦିଷ୍ଟ ବୃଦ୍ଧି ହାର, ଓଜନ ବୃଦ୍ଧିର ଅନୁପାତ ଆଦିକୁ ଗୁରୁତ୍ୱ ଦିଆଯାଇଥାଏ ।

ବାଓଫ୍ଲକ ବ୍ୟବସ୍ଥାରେ ଲାଭ-
-ଏହା ପରିବେଶକୁ ସୁହାଉଥିବା ମାଛ ଚାଷର ଏକ ଉନ୍ନତ ପଦ୍ଧତି, ଯାହାଦ୍ୱାରା ନା ପରିବେଶ ବା ମଣିଷ ଉପରେ କୌଣସି ପ୍ରଭାବ ପକାଇଥାଏ ।
-ଏହି ପଦ୍ଧିତି ଜମି ଓ ଜଳର ସୁବିନିଯୋଗର ଏକ ମାଧ୍ୟମ, ଯାହା ଦ୍ୱାରା କମ ଜମି ଓ ଜଳରେ ଅଧିକ ଉତ୍ପାଦନ କରାଯାଇପାରିବ ।
-ଅତି କମ୍ ଜଳରେ ଏହି ଚାଷ କରାଯାଇପାରିବ । ବାରମ୍ବାର ଜଳର ଆବଶ୍ୟକତା ଏହି ପଦ୍ଧତିରେ ପ୍ରାୟ ପଡ଼ି ନଥାଏ ।
-ଏହା କମ ସମୟ ଅର୍ଥାତ ୩ମାସ ଭିତରେ ଉତ୍ପାଦନ କରାଯାଇପାରିବ । ଏହାର ଉତ୍ପାଦନର ପରିମାଣ ବି ବହୁତ ଅଧିକ । ମାଛମାନେ ଏହି ଉପାୟରେ ବେଶୀ ଜଳ କିମ୍ବା ଖାଦ୍ୟ ଆବଶ୍ୟକ କରିବେ ନାହିଁ । ଦେଖାଯାଇଥାଏ ମଧୁରଜଳରେ ଚିଙ୍ଗୁଡ଼ି ଚାଷ କଲେ, ଠିକ ଅମଳ ସମୟରେ ମାଛମାନେ ଏତେ ପରିମାଣର ଖାଦ୍ୟଗ୍ରହଣ କରିଥାନ୍ତି ଯାହା ଲାଭର ହାର କମିଯାଇଥାଏ । ଏହି ବ୍ୟବସ୍ଥାରେ କିନ୍ତୁ ମାଛମାନେ ବେଶୀ ଖାଦ୍ୟର ଆବଶ୍ୟକତା ନକରି ଆଶାଜନକଭାବେ ବଢ଼ୁଥିବା କାରଣରୁ ଅଧିକ ଲାଭଜନକ ହୋଇଥାଏ ।
-ଏହା ଜଳ ପ୍ରଦୂଷଣକୁ ରୋକିଥାଏ, ଜଳବାହିତ ରୋଗରେ ଅନ୍ୟ ଟ୍ୟାଙ୍କକୁ ମଧ୍ୟ ପ୍ରଭାବିତ କରି ନଥାଏ ।
-ଏହାର ଖାଦ୍ୟ ମଧ୍ୟ ପ୍ରସ୍ତୁତ କରିବାରେ ବିଶେଷ କିଛି ଖର୍ଚ୍ଚ ଅଧିକ ପଡ଼ି ନଥାଏ ।
-ଏହା ପଦ୍ଧତିରେ ଗୁଣାତ୍ମକ ଖାଦ୍ୟପାଇଁ ଅଧିକ ଦାମରେ ଦାମୀ କମ୍ପାନୀଙ୍କ ଠାରୁ ଖାଦ୍ୟ କିଣିବାକୁ ପଡ଼ି ନଥାଏ ।
-ଏହି ପଦ୍ଧତିରେ ଯେକୌଣସି ସ୍ଥାନରେ କିମ୍ବା ଛୋଟ ଜାଗାରେ ଚାଷ କରିବା ସୁବିଧାଜନକ ହୋଇଥାଏ । ଏଥିପାଇଁ ଏକର ଏକର ଜମିର ଆବଶ୍ୟକତା ପଡ଼ି ନଥାଏ ।
-ବେଶୀ ଖର୍ଚ୍ଚର ପରିମାଣ ନଥିବାରୁ ଯଦି କୌଣସି କାରଣରୁ କ୍ଷତି ହୁଏ, ଚାଷୀ ଏହି କ୍ଷତିକୁ ସମ୍ଭାଳି ନେଇଥାଏ ।
-ସାଧାରଣ ମାଛ ଚାଷ ଠାରୁ ଏହାର ଲାଭ ବହୁଗୁଣିତ ହୋଇଥିବାରୁ, କମ ଖର୍ଚ୍ଚରେ ଓ କମ ସମୟରେ ବେଶୀ ଫାଇଦା ମିଳିଥାଏ । ଏମିତିକି ଗୋଟେ ଟ୍ୟାଙ୍କରେ ବର୍ଷକୁ ୩/୪ ଥର ଚାଷ କରିବାରେ କିଛି ଅସୁବିଧା ନାହିଁ ।
ବାଓଫ୍ଲକରେ ଅସୁବିଧା କଣ-
-ଏହା ଏକ ଉନ୍ନତମାନର ଚାଷ ହୋଇଥିବାରୁ ବିଜୁଳିର ଆବଶ୍ୟକତା ରହିଛି, ଯଦିଓ ବିଜୁଳି ଏତେ ପରିମାଣରେ ଖର୍ଚ୍ଚ ହୁଏ ନାହିଁ ।
-ନାଇଟ୍ରାଇଟ ଓ ଆମୋନିଆ ହେଟୋଟ୍ରୋଫିକ ବ୍ୟାକ୍ଟେରିଆଙ୍କ ଦ୍ୱାରା ପ୍ରୋଟିନରେ ପରିଣତ ହେବା ଯୋଗୁଁ ମାଛମାନେ ୨/୩ ମାସ ଭିତରେ ଆଶାତୀତ ଭାବରେ ବଢ଼ିଥାନ୍ତି । କିନ୍ତୁ ଏହି ପଦ୍ଧିତରେ ନାଇଟ୍ରାଇଟ ଓ ଆମୋନିଆ ଯଦି ବିଳମ୍ବରେ ପରିବର୍ତ୍ତିତ ହୋଇଥାନ୍ତି, ତାହେଲେ ପରିବେଶ ପ୍ରଦୂଷଣ ହେବାର ଆଶଙ୍କା ରହିଛି ।
-ପୋଖରୀରେ ମାଛ ଛାଡ଼ିବା ଓ ବାଓଫ୍ଲକରେ ଚାଷ କରିବା ଭିତରେ ଫରକ ହେଲା, ଏହି ପଦ୍ଧତିରେ ବେଶୀ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ ।
-ଏହି ପଦ୍ଧତିରେ ଚାଷ କରିବାକୁ ହେଲେ ଆବଶ୍ୟକୀୟ ଜ୍ଞାନକୌଶଳ ଜାଣିବା ଦରକାର, ଯାହା ଶିକ୍ଷିତ ଚାଷୀମାନେ ଏହାର ଉପଯୋଗ ଅଧିକ କରିପାରିବେ ।
-ପାଗ ପରିବର୍ତ୍ତନ ସହିତ ସୂର୍ଯ୍ୟକିରଣର ଉତ୍ତାପ ମଧ୍ୟ କିଛି ପରିମାଣରେ ପ୍ରଭାବିତ କରିଥାଏ, ସେଥିପାଇଁ ଏହାକୁ ଦୃଷ୍ଟିଦେଇ ଚାଷର ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ ।

ଚାକିରି ପଛରେ ନଗୋଡାଇ ‘ବାଓଫ୍ଲକ’ ପଦ୍ଧତିରେ ମାଛଚାଷ କଲେ ଅଧିକ ଲାଭ ପାଇପାରିବୁ
ବାଲେଶ୍ୱର ଜିଲ୍ଲାର ବାହାବଳପୁର ଦୁଇ ଜଣ ଯୁବକ ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଚାକିରିପଛରେ ନ ଗୋଡାଇ ଏହି ବାଓଫ୍ଲକ ମାଛ ଚାଷକୁ ଆପଣେଇଛନ୍ତି। ଉଦୀୟମାନ ଯୁବକ ଦ୍ୱୟ ହେଉଛନ୍ତି ବାହାବଳପୁର ମେରାଇନଥାନା ଅର୍ନ୍ତଗତ ଦୁବୁଲାଗଡି ଗାଁର ବିବେକାନନ୍ଦ ଦାସଙ୍କ ପୁଅ ଶ୍ରୀକୃଷ୍ଣ ଦାସ ଏବଂ ରାମକୃଷ୍ଣ ବେରାଙ୍କ ପୁଅ ରାଜେଶ କୁମାର ବେରା । ଏହି ଚାଷକୁ ନେଇ ସେମାନଙ୍କର କଣ ରହିଛି ଅନୁଭୂତି ସେ ସମ୍ପର୍କରେ ଏକ ସ୍ୱତନ୍ତ୍ର ଆଲୋଚନା ।

୧) ଆପଣ କାହିଁକି ଚାକିରି ପ୍ରତି ମନ ନବଳାଇ ଏହି ମାଛ ଛାଷ କରିବାକୁ ମନ ବଳାଇଲେ?
ଉତ୍ତର: ଆଜିର ଦିନରେ ସରକାରୀ ଚାକିରି କରିବା କଷ୍ଟକର କଥା। ଏପରିକି ବେସରକାରୀ ସଂସ୍ଥାରେ ମଧ୍ୟ ଚାକିରି ମିଳିବା କଷ୍ଟକର ହୋଇପଡ଼ୁଛି। ଯଦି ବି ଚାକିରି ମିଳୁଛି ତେବେ ୨୦ରୁ ୩୦ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ଦରମା ଆସିବା ବି କଷ୍ଟକର ହେଉଛି ଏବଂ କମ୍ପାନୀ ଠାରୁ ବିଭିନ୍ନ ପ୍ରକାର କଥା ମଧ୍ୟ ଶୁଣିବାକୁ ମିଳୁଛି। ତେବେ ଉଚ୍ଚ ଶିକ୍ଷକ ହୋଇ ଆମେ ଆମର ଜ୍ଞାନକୁ କୌଣସି କମ୍ପାନୀକୁ ଦାନ କରିବା ଅପେକ୍ଷା ନିଜେ ଏହି ଜ୍ଞାନକୁ ଏମିତି କୌଣସି କାର୍ଯ୍ୟରେ ଲଗାଇବା ଯାହାକି ନିଜର ଉନ୍ନତି ହେବା ସହ ବେକାରୀ ସମସ୍ୟାକୁ ଦୂରୀଭୂତ କରିପାରୁଥିବ। ଏହି କଥାକୁ ଆଖି ଆଗରେ ରଖି ଆମେ ଚାକିରି ପଛରେ ନ ଗୋଡାଇ ବାଓଫ୍ଲକ ମାଧ୍ୟମରେ ମାଛ ଚାଷ କରିବା ଉପରେ ମନ ବଳାଇଥିଲୁ।
୨) ଆପଣଙ୍କ ଶିକ୍ଷାଗତ ଯୋଗ୍ୟତା ଅଧିକ ଥିଲେ ବି କାହିଁକି ମାଛ ଚାଷ କରିବାକୁ ଏହି ପଦ୍ଧତିକୁ ଆପଣେଇଲେ?
ଉତ୍ତର: ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆକାଉଣ୍ଟିିଙ୍ଗରେ ସ୍ନାତକୋତ୍ତର କରିଥିଲୁ। ସରକାରୀ ଚାକିରି ପାଇଁ ଅଧିକ ପଢ଼ାପଢ଼ି ବି କରୁଥିଲୁ। ବହୁବାର ସରକାରୀ ଚାକିରି ପାଇଁ ପ୍ରୟାସ କରି ସଫଳତା ପାଇ ପାରିନଥିଲୁ। ଏଣୁ ଚାକିରି ପ୍ରତି ବିମୁଖ ହୋଇ ଆଗକୁ କଣ କରିବୁ ବୋଲି ଚିନ୍ତା କରୁଥିଲୁ। ୟୁଟ୍ୟୁବ୍ରେ ବାଓଫ୍ଲକ ମାଛ ଚାଷ ସମ୍ପର୍କିିତ ଏକ ଭିଡିଓ ଦେଖିବା ପରେ ଏହି ପଦ୍ଧତିରେ କରିବା ପାଇଁ ପ୍ରେରଣା ପାଇଥିଲୁ। ସେବେଠାରୁ ଏହି ମାଛ ଚାଷ କରିବା ପାଇଁ ସଙ୍କଳ୍ପ ନେଇ ଏହି ମାଛ ଚାଷର ପ୍ରଦ୍ଧତି ଏବଂ କୌଶଳ ଉପରେ ଗବେଷଣା ଆରମ୍ଭ କରିବା ସହ ଭାରତର ବିଭିନ୍ନ ସ୍ଥାନକୁ ଯାଇ ବୁଲିବା ସହ ଆବଶ୍ୟକୀୟ ଜ୍ଞାନକୌଶଳ ଜାଣିବାକୁ ଟ୍ରେନିଂ ମଧ୍ୟ ନେଇଥିଲୁ।
୩) ଏହି ମାଛ ଚାଷ କଣ ଏବଂ ଏହା କିପରି କରାଯାଇଥାଏ?
ଉତ୍ତର: ଇଣ୍ଡୋନେସିଆରେ ପ୍ରଥମେ ଆରମ୍ଭ ହୋଇଥିବା ଏହି ବାଓଫ୍ଲକ ମାଛ ଚାଷ ପଦ୍ଧତି ପ୍ରତି ଆକୃଷ୍ଟ ହୋଇଥିଲୁ। ତେବେ ଏହି ମାଛ ଚାଷ କରିବା ପାଇଁ ମଧ୍ୟପ୍ରଦେଶ,ହରିଆନା,କଲିକତା ସହ ବିଭିନ୍ନ ଆଡେ ଯାଇ ଦୁଇ ଦିନିଆ ତାଲିମ ନେବା ପରେ ପ୍ରଥମ ଥର ପାଇଁ ବାଲେଶ୍ୱର ଜିଲ୍ଲାର ବାହାବଳପୁର ଦୁବୁଲାଗଡି ଗାଁରେ ନିଜସ୍ୱ ଜାଗାରେ ଏହି ବାଓଫ୍ଲକ ମାଛ ଚାଷ ଆରମ୍ଭ କରିଛୁ। ଏପରିକି ଏହି ପ୍ରଣାଳୀରେ ଛାତ ଉପରେ ମଧ୍ୟ ମାଛ ଚାଷ କରାଯାଇ ପାରିବ। ବିଶେଷ କରି ଏହି ମାଛ ଚାଷ ପାଇଁ ଆପଣଙ୍କୁ ୪ମିଟର ବ୍ୟାସାର୍ଦ୍ଧ ଓ ଚାରିଫୁଟ ଉଚ୍ଚତା ବିଶିଷ୍ଟ ଏକ ତାରପୋଲିନ୍ ପିଭିସି ଟାଙ୍କି ଦରକାର ହୋଇଥାଏ । ଯାହାକି ପ୍ରତ୍ୟେକ ଟାଙ୍କିରେ ରହିଛି ୧୦ହଜାର ଲିଟର ପାଣିର କ୍ଷମତା। ଏପରିକି ଗୋଟିଏ ଟାଙ୍କିକୁ ପ୍ରସ୍ତୁତ କରିବା ପାଇଁ ୨୫ରୁ ୩୦ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ।

୪) ଆପଣ ମାଛ ଚାଷ ପାଇଁ କେତୋଟି ଟାଙ୍କି କରିଛନ୍ତି ଏବଂ ଏଠାରେ କି କି ପ୍ରକାର ମାଛ କରାଯାଇ ପାରିବ?
ଉତ୍ତର: ଆମେ ଦୁଇ ଜଣ ସାଙ୍ଗ ମିଶି ପ୍ରାଥମିକ ପର୍ଯ୍ୟାୟରେ ୫ଟି ଟାଙ୍କିରେ ମାଛ ଚାଷ କାର୍ଯ୍ୟ ଆରମ୍ଭ କରିଛୁ। ବିଶେଷ କରି ଏଠାରେ କ୍ୟାଟ୍ଫିସ ଏବଂ ଆଇଏମ୍ସି ମାଛ ଚାଷ କରାଯାଇପାରିବ। କ୍ୟାଟ୍ଫିସ ମଧ୍ୟରେ ରହିଛି କଉ,ମାଗୁର,ସିଙ୍ଗି,ଫାଙ୍ଗସ ଆଦି ବିଭିନ୍ନ ପ୍ରକାର ମାଛ ଚାଷ କରାଯାଇ ପାରିବ। ସେହିପରି ଆଇଏମ୍ସି ମାଛ ଚାଷ ମଧ୍ୟରେ ରୋହୀ,ଭାକୁର,ମିରିକାଳି ଆଦି ବିଭିନ୍ନ ପ୍ରକାର ମାଛ ରହିଛନ୍ତି। ହେଲେ ଆମେ ପ୍ରାଥମିକ ପର୍ଯ୍ୟାୟରେ କ୍ୟାଟ୍ଫିସ୍ ଅର୍ନ୍ତଗତ ଭିଏତ୍ନାମ କଉ ମାଛ ଚାଷ କରୁଛୁ। ଗୋଟିଏ ଗୋଟିଏ ଟାଙ୍କିରେ ପ୍ରାୟ ୭ହଜାର କଉ ମାଛ ଜାଆଁଳ ଛଡା ଯାଇଛି। ଏବଂ ଆମେ ଗତ ମାସ ସେପ୍ଟେମ୍ବର ୨୫ତାରିଖରେ ପ୍ରଥମେ ଏହି କଉ ଜାଆଁଳ ଛାଡିଥିଲୁ। ଏବଂ ତିନି ମାସ ପରେ ଅର୍ଥାତ ଡିସେମ୍ବର ମାସକୁ ଏହି ମାଛ ଗୁଡିକ ୧୦୦ଗ୍ରାମ ହେଲେ ତାହା ହାରଭେଷ୍ଟିଂ କରାଯିବା ସହ ବଜାରରେ ବିକ୍ରି କରାଯିବ। ବିଶେଷ କରି ଏହି କଉ ମାଛ କିଲୋ ପ୍ରତି ୨୦୦ରୁ ୨୫୦ଟଙ୍କା ରହିଛି। ୧କିଲୋ ମାଛ ପ୍ରତି ୭୦ରୁ ୮୦ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବିକ୍ରି ଦାମ ୨୦୦ରୁ ୨୫୦ଟଙ୍କା ରହିଛି। ବିଶେଷ କରି ଗୋଟିଏ ଟାଙ୍କିରୁ ୮କ୍ୱିଣ୍ଟାଲ ପର୍ଯ୍ୟନ୍ତ ମାଛ ବାହାରିପାରିବ।
୫) ବାଓଫ୍ଲକ ମାଛ ଚାଷ କରିବା ପାଇଁ କଣ ସାମଗ୍ରୀ ଆବଶ୍ୟକ ହୋଇଥାଏ?
ଉତ୍ତର: ବିଶେଷ କରି ବାଓଫ୍ଲକ ମାଛ ଚାଷ କରିବା ପାଇଁ ୧୩ଫୁଟ ଗଭୀର ଓ ୧୩ଫୁଟ ଗୋଲେଇ ଅନୁସାରେ ଗାତ ଖୋଲିବାର ଆବଶ୍ୟକତା ରହିଛି। ଏହାସହ ତାର ଜାଲି କରିବାକୁ ହେବ। ଏହି ତାର ଜାଲିରେ ପିସିଭିସି କୋଟେଡ୍ ପ୍ଲାଷ୍ଟିକ ଘୋଡାଇବାର ଆବଶ୍ୟକତା ରହିଛି। ଏହାଛଡା ଆରଏଏସ୍ ରିସର୍କୁଲେଟ୍ ଆନୁକୁଲେଟ ସିଷ୍ଟମରେ ପାଣିକୁ ସ୍ୱଚ୍ଛ ରଖିବାକୁ ହେବ ଏବଂ ଏହି ଟାଙ୍କିରେ କିଛି ବ୍ୟାକ୍ଟେରିଆ ମିଶ୍ରଣ ପରେ ମାଛ ଚାଷ କରାଯାଇ ପାରିବ। ଏଥି ପାଇଁ ଗୋଟିଏ ମୋଟର,ଇନଭୋଟର,ସୋଲାର ସିଷ୍ଟମ,୧୨୦କିଲୋୱାଟ ଭୋଲଟେଜର ଆବଶ୍ୟକତା ରହିଛି। ଏହାସହ ପାଣିରେ ଆମୋନିଆକୁ ଟେଷ୍ଟ କରିବା ପାଇଁ ଏକ ପରୀକ୍ଷାଗାରର ଆବଶ୍ୟକତା ରହିଛି। ପାଣିଭିତରେ ଥିବା ବ୍ୟାକ୍ଟେରିଆମାନେ ପାଣିରେ ଥିବା ଦୁର୍ଗନ୍ଧକୁ ପ୍ରୋଟିନ୍ରେ କନଭର୍ଟ କରିବେ। ଯାହାକୁ ପାଣି ଭିତରେ ଥିବା ମାଛ ଖାଇଲେ ତାହା ହୃଷ୍ଟପୃଷ୍ଟ ହେବେ ।
୬) ଆପଣ ମାଛ ଚାଷ ପାଇଁ ଜାଆଁଳ କେଉଁଠୁ ଆଣୁଛନ୍ତି? ଏହା କଣ ଦେଶୀ ମାଛ ଭଳି ହୋଇପାରିବ ?
ଉତ୍ତର: ଏହି ମାଛ ଚାଷ ପାଇଁ ବିଶେଷ କରି ପଶ୍ଚିମବଙ୍ଗରୁ ଯାଆଁଳ ଗୁଡିକ ଅଣାଯାଉଛି। ଏବଂ ଏହାକୁ ଏକ ସପ୍ତାହ ରଖିବା ପରେ ପାଣି ଟାଙ୍କିରେ ଛଡାଯାଉଛି। ଏହି ପଦ୍ଧତିରେ ମାଛ ଚାଷ କଲେ ଏହା ବିଶେଷ କରି ଜିରୋ ପ୍ରତିଶତ କେମିକାଲ ରହିବା ସହ ମାଛ ଖାଇବାକୁ ଟେଷ୍ଟି ମଧ୍ୟ ହେବ। ମୋଟାମୋଟି ଭାବେ ଗାଡିଆ ପୋଖରୀରୁ ମିଳୁଥିବା ଦେଶୀ ମାଛ ଭଳି ଏଠାରେ ଦେଶୀ ମାଛ ଚାଷ କରାଯାଇ ପାରିବ। ଯାହାକି ବିଶେଷ ଲାଭ ଦାୟକ ହେବ।
୭) ଏହି ମାଛ ଚାଷ କରିବା ପରେ ଜଣେ ବର୍ଷକୁ କେତେ ଟଙ୍କା ରୋଜଗାର କରି ପାରିବ?
ଉତ୍ତର: ଏହି ମାଛ ଚାଷରେ ଇନଭେଷ୍ଟମେଣ୍ଟ୍ କମ ହୋଇଥିବା ବେଳେ ରୋଜଗାର ଅଧିକ। ମାତ୍ର ଏଥିପାଇଁ ୪ରୁ ୫ମାସ ପରିଶ୍ରମ କରିବାକୁ ହେବ। ବିଶେଷ କରି ଗୋଟିଏ ଟାଙ୍କିରୁ ମୋଟାମୋଟି ଭାବେ ବର୍ଷକୁ ୧ଲକ୍ଷରୁ ଏକ ଲକ୍ଷ କୋଡିଏ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିହେବ। ଏହାକୁ କେବଳ ପୁରୁଷ କରିବେ ତା ନୁହେଁ ବରଂ ମହିଳାମାନେ ମଧ୍ୟ ଘରେ ବସି ଏହି ମାଛ ଚାଷ ମଧ୍ୟ କରିପାରିବେ। କିନ୍ତୁ ଶୀତ ଦିନରେ ଏହି ମାଛ ଚାଷ କରିବା ପାଇଁ କଷ୍ଟକର ହୋଇଥାଏ। କାରଣ ମାଛକୁ ଶିଠୁଆ ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ।
୮) ଶେଷରେ ଆପଣ ବେରୋଜଗାରୀ ଯୁବଗୋଷ୍ଠୀଙ୍କ ପାଇଁ କଣ ଆହ୍ୱାନ ଦେବେ?
ଉତ୍ତର: ବିଶେଷ କରି ଏବେ ବେକାରୀ ସମସ୍ୟା ସବୁଠାରୁ ଅଧିକ ମାତ୍ରାରେ ଦେଖାଦେଇଛି। ଏହି ବେକାରୀ ସମସ୍ୟାକୁ ଦୂର କରିବା ପାଇଁ ଯେକୌଣସି ପନ୍ଥାକୁ ଆପଣାର କରି ବୃତ୍ତି କରିପାରିବେ। ସ୍ୱଳ୍ପ ଖର୍ଚ୍ଚରେ ଏହି ମାଛ ଚାଷ କରାଯାଇ ପାରୁଥିବାରୁ ବେକାର ଯୁବକ ଯୁବତୀ ଚାକିରି ପଛରେ ନଗୋଡାଇ ଏହି ମାଛ ଚାଷ ଉପରେ ମନ ନିବେଶ କରିଲେ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନେ ମଧ୍ୟ ସ୍ୱାବଲମ୍ବୀ ହୋଇପାରିବେ। କେବଳ ମାଛ ଚାଷ ନୁହେଁ ବିଭିନ୍ନ ଜୈବ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ବିଭିନ୍ନ ଚାଷ କରାଯାଇପାରେ ।
-ସାକ୍ଷାତ : କଳିଙ୍ଗ କୁମାର ସାହୁ,ବାଲେଶ୍ୱର ପ୍ରତିନିଧି