ମା’ ସାମ୍ନାରେ ଜଳିଗଲା ଝିଅ

ଭଦ୍ରକ, ଏନ୍ଏନ୍ଏସ୍ : ମା’ ସାମ୍ନାରେ ଜଳିଗଲା ଝିଅ । ଏମଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଗ୍ରାମାଚଂଳ ଥାନା ଅଧିନସ୍ଥ ସିଙ୍ଗଡ଼ା ଗ୍ରାମରେ । ପାରୁ ପର୍ୟ୍ୟନ୍ତ ଚେଷ୍ଟା କରି ମଧ୍ୟ ଝିଅକୁ ବଂଚାଇ ପାରିଲାନି ମା’ । ୯୯ପ୍ରତିଶତ ପୋଡ଼ିଯାଇଥିବା ଝିଅକୁ ସ୍ଥାନୀୟ ଲୋକେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତୀ କରିଥିଲେ, ହେଲେ ସେଠାରେ ଡା଼କ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଜଣକ ହେଲେ ଭଦ୍ରକ ବ୍ଲକ ଅଣ୍ଡେଇପଲ୍ଲୀ ନିକଟସ୍ଥ ସିଙ୍ଗଡ଼ା ଗ୍ରାମର ସୁନିତା ପରିଡ଼ା(୨୧) ।

ସୂଚନା ଅନୁଯାୟୀ, ସୁନିତା ଶୁକ୍ରବାର ରାତିରେ ରୋଷେଇ କରୁଥିବା ସମୟରେ ତା’ ଡ଼୍ରେସରେ ନିଆଁ ଲାଗି ଯାଇଥିଲା । ସେ ଭୟରେ ପଛକୁ ଫେରି ଆସୁଥିବା ସମୟରେ ରୋଷେଇ ଘରେ ଥିବା ଏକ କିରୋସିନି ଡ଼୍ରମକୁ ଝୁଂଟି ପଡ଼ିଥିଲା । ଫଳରେ ନିଆଁ ଭୟଙ୍କର ଆକାର ଧାରଣ କରିଥିଲା । ଏପରି ଅବସ୍ଥା ଦେଖି ସୁନିତାଙ୍କ ମା’ ଏକ କମ୍ବଳ ସାହାଯ୍ୟରେ ନିଆଁ ଲିଭାଇଥିଲେ । କିନ୍ତୁ ସେତେବେଳକୁ ସୁନିତା ଶରୀରର ୯୯ ଭାଗ ପୋଡ଼ି ଯାଇଥିଲା । ସ୍ଥାନୀୟ ଲୋକେ ସୁନିତାକୁ ଜିଲ୍ଲା ଚିକିତ୍ସାଳୟକୁ ଆଣିଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗ୍ରାମାଚଂଳ ପୁଲିସ ଏହି ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ।