ରଣବୀର ଓ ଦୀପିକା କିଣିବେ ଆଇପିଏଲ୍ ଟିମ୍

ନୂଆଦିଲ୍ଲୀ: ବଲିଉଡର ଷ୍ଟାର ଦମ୍ପତ୍ତି ରଣବୀର ସିଂହ ଓ ଦୀପିକା ପାଦ୍ୟୁକୋନ୍ ଆଇପିଏଲ୍ ଟିମର ମାଲିକ ହେବାକୁ ଯାଉଛନ୍ତି। ନିକଟରେ ଦୀପିକା ଓ ରଣବୀର ବିସିସିଆଇ ଅଫିସରୁ ଟେଣ୍ଡର ଫର୍ମ କିଣିଥିଲେ। ବିଶେଷଜ୍ଞଙ୍କ ସହ ଆଲୋଚନା କରିବା ପରେ ହିଁ ଏମାନେ ଟିମ୍ କିଣିବା ନେଇ ଆଗ୍ରହ ପ୍ରକାଶ କରିଥିଲେ। ଏଥିସହିତ ନିଲାମ ଡାକିବା ଲାଗି ଟେଣ୍ଡର ଫର୍ମ ମଧ୍ୟ ଭରି ଦେଇଛନ୍ତି।

ସୂଚନାଯୋଗ୍ୟ, ଆଇପିଏଲ ୨୦୨୨ ସଂସ୍କରଣରେ ୨ଟି ନୂଆ ଟିମ୍ ସାମିଲ ହେବାକୁ ଯାଉଥିବା ନେଇ ସୂଚନା ମିଳିଛି। ଫଳରେ ଏଥର ମୋଟ ଟିମ୍ ସଂଖ୍ୟା ୮ରୁ ୧୦ ହୋଇଯିବ।