ସେମ୍ୟୁଲେଟର ଜରିଆରେ ତେଜସରେ ଉଡ଼ାଣ ଭରିଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୨ ଦିନିଆ ବାଙ୍ଗାଲୁରୁ ଗସ୍ତ କରିଛନ୍ତି। ଏହି ସମୟରେ ରାଜନାଥ ଏରୋନେଟିକାଲ ଡେଭଲପମେଣ୍ଟ ଏଷ୍ଟାବ୍ଲିଶମେଣ୍ଟ(ଏଡିଇ) ମଧ୍ୟ ପରିଦର୍ଶନ କରିଛନ୍ତି। ଏହି ପ୍ରତିଷ୍ଠାନରେ ସେ ଦେଶରେ ପ୍ରସ୍ତୁତ ହୋଇଥିବା ହାଲୁକା ଲଢ଼ୁଆ ବିମାନ ତେଜସର ସେମ୍ୟୁଲେଟରରେ ବସି ଉଡ଼ାଣ ଭରିଥିଲେ। ଏନେଇ ନିଜେ ପ୍ରତିରକ୍ଷା ମନ୍ତ୍ରୀ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି। ଏହି ଉଡ଼ାଣର ଅନୁଭବ ଅଦ୍ଭୁତ ଥିଲା ବୋଲି ସେ କହିଛନ୍ତି।