ସଇଁନ୍ତଲାରେ ରାଣୀ ଲଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ସରକାରୀ ବାଳିକା ବିଦ୍ୟାଳୟ(କନ୍ୟାଶ୍ରମ)ରେ ଆଜି ଆତ୍ମରକ୍ଷା ଶିବିର ଉଦଘାଟିତ ହୋଇଯାଇଛି । ସ୍କୁଲ ପ୍ରଧାନଶିକ୍ଷୟତ୍ରୀ ନିବେଦିତା ହୋତା, ଜିଲ୍ଲା ମଙ୍ଗଳ ସଂପ୍ରସାରଣ ଅଧିକାରୀ ମନୋରଞ୍ଜନ ବେହେରା ଓ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଗୁରୁ ଚରଣ ଦାସ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଶାରୀରିକ ଓ ମାନସିକ ସ୍ତରରେ ଶକ୍ତିଶାଳୀ ହେବା ବର୍ତ୍ତମାନ ସମୟର ଆହ୍ୱାନ ବୋଲି ମତବ୍ୟକ୍ତ କରିଥିଲେ । ଆତ୍ମରକ୍ଷା ତାଲିମ ପ୍ରଶିକ୍ଷୟତ୍ରୀ ଭାବେ ବାଳିକା ବିଦ୍ୟାଳୟର ଖେଳ ଶିକ୍ଷୟତ୍ରୀ ରଞ୍ଜିତା ମିଶ୍ର ଓ ବେଳଗାଁ ନୋଡାଲ ବିଦ୍ୟାଳୟର ପିଇଆଇ ରୀନା ଠାକୁର ୧୦୦ରୁ ଅଧିକ ଛାତ୍ରୀଙ୍କୁ ତାଲିମ ପ୍ରଦାନ କରିଛନ୍ତି । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ସଇଁନ୍ତଲା ବାଳିକା ବିଦ୍ୟାଳୟର ଛାତ୍ରୀଙ୍କୁ ତାଲିମ ପ୍ରଦାନ କରାଯାଇ ଥିବାବେଳେ ପ୍ରଧାନ ଶିକ୍ଷୟତ୍ରୀ ଭୀମସେନ ବେହେରା ଯୋଗଦେଇ ଉଦଘାଟନ କରିଥିଲେ । ଶେଷରେ ଶିକ୍ଷୟତ୍ରୀ ରଞ୍ଜିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।