ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ଦୋଷୀ ପେରାରିବିଲନଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ଦୋଷୀ ପେରାରିବିଲନଙ୍କୁ ଜାମିନରେ ମୁକୁଳାଇବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି । ପେରାରିବିଲନ ୩୦ ବର୍ଷରୁ ଅଧିକ ସମୟ ଜେଲରେ ବିତାଇଛନ୍ତି ଏବଂ ତାଙ୍କ ଆଚରଣ ଲଗାତାର ଭାବେ ଭଲ ରହିଛି ବୋଲି କୋର୍ଟ କହିଛନ୍ତି । ପେରାରିବିଲନଙ୍କୁ ମୁକୁଳାଇବାରେ ସରକାରଙ୍କ ପକ୍ଷରୁ ହେଉଥିବା ବିଳମ୍ବ କାରଣରୁ ତାଙ୍କୁ ସର୍ବଦା ଜେଲରେ ରଖାଯାଇ ପାରିବନି ବୋଲି ମଧ୍ୟ କୋର୍ଟ କହିଛନ୍ତି ।

ପେରାରିବିଲନ କୋର୍ଟଙ୍କୁ କହିଥିଲେ ଯେ, ତାଙ୍କୁ ମୁକୁଳାଇବା ପାଇଁ ତାମିଲନାଡ଼ୁ ସରକାରଙ୍କ ଆଦେଶକୁ ରାଜ୍ୟପାଳ ଏବଂ କେନ୍ଦ୍ର ମଞ୍ଜୁରୀ ପ୍ରଦାନ କରୁନାହାନ୍ତି । ସଜା କ୍ଷମା କରିବାର ଆବେଦନକୁ ମଧ୍ୟ ଫଇସଲା ନକରି ଅଟକାଯାଇଛି । ଜଷ୍ଟିସ ଏଲ ନାଗେଶ୍ୱର ରାଓ ଏବଂ ବି ଆର ଗୋଗଇ ଏହି ଦଲିଲକୁ ମଧ୍ୟ ଆଦେଶରେ ସାମିଲ କରିଛନ୍ତି ।