ସଇଁନ୍ତଳା,ଏନ୍ଏନ୍ଏସ୍: ରେଳ ଟିକଟ କଳାବଜାର କରୁଥିବା ଅଭିଯୋଗରେ କେନ୍ଦ୍ରୀୟ ଦୁର୍ନୀତି ନିବାରଣ ବିଭାଗ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ବଡ଼ମାଲ ଫାଣ୍ଡି ଅଧିନସ୍ଥ ନାରୀକଟା ଗ୍ରାମର ବୁଲୁ କୁମ୍ଭାରଙ୍କୁ ଉଠେଇ ନେଇଯାଇଥିବା ଜଣାପଡିଛି। ବୁଲୁ କୁମ୍ଭାର ଟ୍ରାଭେଲସ ନାମରେ ଏକ ସଂସ୍ଥା ରହିଛି। ସେ ଏହା ଜରିଆରେ ରେଳ କଳା ବଜାରି କରୁଥିଲା। ଗୋଳାବାରୁଦ କାରଖାନାର କର୍ମଚାରୀ ଓ ଦାଦନ ଯାଉଥିବା ଲୋକଙ୍କ ଠାରୁ ଅଧିକ ଟଙ୍କା ନେଇ ସେ ରେଳ ଟିକଟ ଦେଉଥିଲେ ବୋଲି ଜଣାପଡିଛି।
କୌଣସି ମତେ ସୂଚନା ପାଇ ଗତ ୨ ଦିନ ତଳେ କେନ୍ଦ୍ରୀୟ ଦୁର୍ନୀତି ନିବାରଣ ବିଭାଗ ତାଙ୍କ ନାରୀକଟା ଘରେ ଚଢ଼ଉ କରିବା ପରେ ବୁଲୁକୁ ଉଠାଇନେବା ସହ ତାଙ୍କ ଘରୁ ବହୁ ଆପତ୍ତିଜନକ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି। ତାଙ୍କ ପରିବାରଙ୍କୁ ଏବିଷୟରେ ପଚାରିବାରୁ କୌଣସି ପ୍ରକାରର ଉତ୍ତର ଦେଇନଥିଲେ। କିଛିଦିନ ପରେ ଯୁବକର ବାହାରେ ଘର ଥିବାର ଜଣାପଡିଛି। ଯାହାକୁ ନେଇ ଅଞ୍ଚଳରେ ଅନେକ ଚର୍ଚ୍ଚା ଜୋର ଧରିଛି।