ପଦ୍ମ ଧରିଲେ ରାମାୟଣର ‘ରାମ’

କୋଲକାତା: ଲୋକପ୍ରିୟ ଟେଲିଭିଜନ ସିରିୟଲ ରାମାୟଣରେ ଭଗବାନ ରାମଙ୍କ ଚରିତ୍ରରେ ନଜର ଆସିଥିବା ଅରୁଣ ଗୋବିଲ ରାଜନୀତିରେ ପାଦ ଥାପିଛନ୍ତି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗ ଦେଇଛନ୍ତି। ଅରୁଣ ଗୋବିଲ ପଶ୍ଚିମବଙ୍ଗ ନିର୍ବାଚନରେ ଧୁଆଁଧାର ପ୍ରଚାର କରିବେ। ଗୋବିଲ ବଙ୍ଗଳାରେ ପାଖାପାଖି ୧୧୦ଟି ସଭାକୁ ସମ୍ବୋଧନ କରିବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଅରୁଣ ଗୋବିଲ ଏମିତି ଜଣେ ଅଭିନେତା ଯିଏକି ୯୦ ଦଶକରେ ଟେଲିଭିଜନ ସିରିୟଲ ରାମାୟଣରୁ ପରିଚିତ ହୋଇଥିଲେ। ଏହି ପବିତ୍ର ସିରିୟଲରେ ଗୋବିଲ ଭଗବାନ ରାମଙ୍କ ଭୂମିକା ନିର୍ବାହ କରିଥିଲେ।