ରାଜନୀତିରେ ରାମ’ଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,ଏଜେନ୍ସି: ପାଖେଇ ଆସୁଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ। ସରଗରମ ହେଉଛି ରାଜ୍ୟ ରାଜନୀତି। ଉଠୁଛି ପଡୁଛି ପ୍ରଚାର ମୈଦାନ। ଏହାରି ମଧ୍ୟରେ ରାଜନୀତିକୁ ଏଣ୍ଟ୍ରି ମାରିଛନ୍ତି ‘ରାମ’। ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କୁ ନେଇ ପଶ୍ଚିମବଙ୍ଗ ରାଜନୀତିରେ ଆରମ୍ଭ ହୋଇଥିବା ମହାସଂଗ୍ରାମ ଦିନକୁ ଦିନ ବଢିଚାଲିଛି। ଗୋଟିଏ ପକ୍ଷେ ରାମ ନାମ ଶୁଣିଲା କ୍ଷଣି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ରାଗ ପଞ୍ଚମକୁ ଉଠିଯାଉଥିବା ବେଳେ ଏପଟେ ଜୟ ଶ୍ରୀରାମ ନାରା ଦେଇ ନିର୍ବାଚନୀ ମୈଦାନରେ ଜୋରଶୋରରେ ପ୍ରଚାର ଚଳାଇଛି ବିଜେପି। ଆଉ ବିଧାନସଭା ନିର୍ବାଚନ ପୂର୍ବରୁ ଟିଭି ପରଦାର ରାମ ତଥା ଅଭିନେତା ଅରୁଣ ଗୋଭିଲ ବିଜେପିରେ ଯୋଗଦାନ କରିଛନ୍ତି।

ଲୋକପ୍ରିୟ ଟେଲିଭିଜନ ଧାରାବାହିକ ରାମାୟଣରେ ଭଗବାନ ରାମଙ୍କ ଚରିତ୍ରରେ ନଜର ଆସିଥିଲେ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ପକ୍ଷରୁ ଅରୁଣ ଗୋଭିଲ ପ୍ରଚାର କରିବେ।