ଜୟପୁର,ଏଜେନ୍ସି: ଏଲପିଜି ସିଲିଣ୍ଡର ବିସ୍ଫୋରଣରେ ୩ ମୃତ। ଘଟଣାଟି ରାଜସ୍ଥାନର ଚିତୋରଗଡରେ ଘଟିଛି। ବିସ୍ଫୋରଣରେ ଘରର ଛାତ ଭୁଶୁଡି ପଡିଛି। ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସମସ୍ତଙ୍କୁ ଉଦୟପୁରକୁ ସ୍ଥାନାନ୍ତରିତ କରାଯାଇଛି। ସେହିପରି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
ପଡୋଶୀ ଲୋକମାନେ ଏହି ଭୟଙ୍କର ବିସ୍ଫୋରଣକୁ ଦେଖି ପ୍ରଥମେ ପୁଲିସ ଏବଂ ଅଗ୍ନିଶମ କେନ୍ଦ୍ରକୁ ଜଣାଇଥିଲେ। ସୂଚନା ପାଇବା ପରେ ନଗର ପରିଷଦର ୨ଟି ଅଗ୍ନିଶମ ବାହିନୀ, କୋଟୱାଲି ପୁଲିସ ଏବଂ ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ ଦୁଇ ଘଣ୍ଟା ଉଦ୍ୟମ ପରେ ଅଗ୍ନିଶମ ବିଭାଗ ନିଆଁକୁ ନିୟନ୍ତ୍ରଣ କରିପାରିଛି। ତେବେ ଏହି ବିସ୍ଫୋରଣ କିପରି ହେଲା ତାହା ଜଣାପଡ଼ିନାହିିଁ।