ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ସ୍ଥିତି ପରଖିଲେ ତହସିଲଦାର

ରାମନାଗୁଡ଼ା,ଏନ୍ଏନ୍ଏସ୍: କୋଟିଆ ଅଞ୍ଚଳ ସୀମାକୁ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ନିକଟବର୍ତ୍ତୀ କାଟିକି ନିକଟରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ତହସିଲଦାର। ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୀମା ନିର୍ଦ୍ଧାରଣ କରାଯାଇଥିବା ଅଞ୍ଚଳ ବୁଲିଦେଖିବା ସହ ଲୋକଙ୍କୁ କୌଣସି ପରିସ୍ଥିତିରେ ଆନ୍ଧ୍ର ସହିତ ନମିଶିବା ପାଇଁ ଅନୁରୋଧ କରିଛନ୍ତି। ସେହିପରି ଆନ୍ଧ୍ର ସୀମାବର୍ତ୍ତୀ ସୀମା ନିର୍ଦ୍ଧାରଣ ସ୍ଥାନ ପରିଦର୍ଶନ କରି ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ସେହିପରି ରାମନାଗୁଡା ତହସିଲ ପକ୍ଷରୁ ସେଟେଲମେଣ୍ଟ ମ୍ୟାପ ସାହାଯ୍ୟରେ ସୀମା ଅଞ୍ଚଳ ଆଦି କର୍ମଚାରୀ ମାନେ ବୁଲି ସୀମା ନିର୍ଦ୍ଧାରଣ କରିଛନ୍ତି। ପ୍ରକାଶ ଯେ, ଆନ୍ଧ୍ରପ୍ରଦେଶରେ ୧୩ତାରିଖରେ ପଞ୍ଚାୟତ ନିର୍ବାଚନ ଥିବାରୁ ଯେମିତି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ଏନେଇ କ୍ଷେତ୍ର କର୍ମଚାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିବା ସୂଚନା ମିଳିଛି। ତଦସିଲଦାରଙ୍କ ଏହି ସମୟରେ ରାମଲତା ମାଣ୍ଡଙ୍ଗି, ନାରମା ଲିଙ୍ଗରାଜୁ ପ୍ରମୁଖ ଉପସ୍ଥିତ ଥିଲେ।