ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ସୂଚୀ, ମେ’ ୩ରୁ ପରୀକ୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରକାଶ ପାଇଲା ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ସୂଚୀ। ଆସନ୍ତା ମେ’ ମାସ ୩ ତାରିଖରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇ ୧୫ ତାରିଖ ଯାଏଁ ଚାଲିବ। ପ୍ରତିଦିନ ସକାଳ ୮ଟାରୁ ୧୦ ପର୍ଯ୍ୟନ୍ତ ପରୀକ୍ଷା ହେବ। ମେ’ ୩ ତାରିଖ ପ୍ରଥମଦିନ ମାତୃଭାଷା ଓଡିଆରେ ପରୀକ୍ଷା ହେବ। ୫ ତାରିଖରେ ଇଂରାଜୀ, ୭ ତାରିଖରେ ହିନ୍ଦୀ, ୮ରେ ସଂସ୍କୃତ, ୧୦ରେ ଗଣିତ, ୧୨ରେ ବିଜ୍ଞାନ, ୧୫ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ। ପ୍ରତିଦିନ ସକାଳ ୮ରୁ ୧୦ ଟା ଯାଏଁ ପରୀକ୍ଷା ହେବ। ଗଣିତ ପରୀକ୍ଷା ଦିନ ଅଧିକ ୧୫ ମିନିଟ୍ ସମୟ ଦିଆଯିବ। ୭ଟା ୪୫ରେ ଉଭୟ ଅବ୍ଜେକ୍ଟିଭ ଓ ସବ୍ଜେକ୍ଟିଭ ପ୍ରଶ୍ନପତ୍ର ବଣ୍ଟାଯିବ।