ପାରିଖିତି ପଞ୍ଚାୟତ ୪ଦିନ ସଟଡାଉନ

ରାମନାଗୁଡା,ଏନ୍ଏନ୍ଏସ୍: ଆଜି ରାୟଗଡ଼ା ଜିଲ୍ଲାରେ ୯୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଗୁଣୁପୁର ଉପଖଣ୍ଡରୁ ୫୩ଜଣ ରହିଛନ୍ତି। ଆଜି ରେର୍କଡ଼ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଜିଲ୍ଲାକୁ ୭ଦିନିଆ ସଟଡାଉନ ଘୋଷଣା କରାଯାଇଥିବା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି। ସେହିପରି ସରପଞ୍ଚ ଗାୟତ୍ରୀ ମାଣ୍ଡାଙ୍ଗି ପାରିଖିତି ଗ୍ରାମ ପଞ୍ଚାୟତକୁ ୪ଦିନ ସଟଡାଉନ ଘୋଷଣା କରିବା ସହ ଜୁଲାଇ ଓ ଅଗଷ୍ଟ ମାସର ପ୍ରତ୍ୟେକ ଶୁକ୍ରବାରକୁ ସଟଡାଉନ ଘୋଷଣା କରିଛନ୍ତି। ସଟଡାଉନ ସମୟରେ ଘରୁ ନବାହାରିବା ପାଇଁ ଜିଲ୍ଲାପାଳ ଶ୍ରୀବେହେରା ଅନୁରୋଧ କରିଛନ୍ତି।