୭ ଜିଲ୍ଲା ଓ ଗୋଟିଏ ସବଡିଭିଜନକୁ ଯିବା ଆସିବା ମନା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ପୁଣି ୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଜିଲ୍ଲାରେ ସଂକ୍ରମଣକୁ ରୋକିବା ପାଇଁ ୭ଟି ଜିଲ୍ଲା ଓ ଗୋଟିଏ ସବଡିଭିଜନକୁ ଯିବା ଆସିବା ଉପରେ ଜିଲ୍ଲା ପ୍ରଶାସନ ରୋକ ଲଗାଇଛି। କୁହାଯାଇଛି ଯେ, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ବାଲେଶ୍ୱର, ଭଦ୍ରକ, ଯାଜପୁର  ଓ ସୁନ୍ଦରଗଡ଼ ଜିଲ୍ଲାର ପାନପୋଷ ସବ ଡିଭିଜନରୁ କେହି ଝାରସୁଗୁଡାକୁ ଆସିଲେ ସେମାନଙ୍କୁ ବାଧ୍ୟତାମୂଳକ ୧୪ ଦିନ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରେ ରଖାଯିବ।  ସରକାରୀ କିମ୍ବା କୋର୍ଟ କାର୍ଯ୍ୟରେ ଉକ୍ତ ସ୍ଥାନକୁ ଯାଇ ୪୮ ଘଣ୍ଟା ମଧ୍ୟରେ ଫେରିଲେ କୌଣସି କଟକଣା ଲାଗୁ ହେବନାହିଁ ।