ରାମନାଗୁଡା ସଟଡାଉନ, ରାସ୍ତାଘାଟ ଖାଁ ଖାଁ

ରାମନାଗୁଡ଼ା/ଗୁଣୁପୁର,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲାର ରାମନାଗୁଡ଼ା ବ୍ଲକ ୬ଦିନିଆ ସଟଡାଉନ୍ ଫଳରେ ରାସ୍ତା ଘାଟ ଜନଶୂନ୍ୟ ହୋଇପଡିଛି। ଗୁଣୁପୁର କରୋନା ହଟସ୍ପଟ ପାଲିଟିଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ମୁକାବିଲା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି । ସଂକ୍ରମଣ ଭୟ ରହିଥିବାରୁ ସଟଡାଉନ ଘୋଷଣା କରାଯାଇଥିବା ସରପଞ୍ଚ ଗାୟତ୍ରୀ ମାଣ୍ଡାଙ୍ଗି ସୂଚନା ଦେଇଛନ୍ତି। ଲୋକେ ଯେପରି ଘରୁ ପଦାକୁ ନ ବାହାରିପାରିବେ ସେଥିପାଇଁ ପୁଲିସ ତରଫରୁ ପାଟ୍ରୋଲିଂ କଡାକଡ଼ି କରାଯାଇଥିଲା। ବର୍ତ୍ତମାନ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ରେ ପହଞ୍ଚିଥିବାବେଳେ କେବଳ ବିଜୟପୁର ଗ୍ରାମରେ ଆକ୍ରାନ୍ତଙ୍କ ସଂଖ୍ୟା ୯୫ରେ ପହଞ୍ଚିଛି। ସେହିପରି ଅତିଆବଶ୍ୟକ ନଥିଲେ ଘରୁ ନବାହାରିବା ପାଇଁ ରାମନାଗୁଡ଼ା ଫାଣ୍ଡି ଅଧିକାରୀ କୃତୀବାସ ହରିଚନ୍ଦନ ନିବେଦନ କରିଛନ୍ତି।