ଗଞ୍ଜାମ ଜିଲ୍ଲାର ସହରାଞ୍ଚଳ ସଟଡାଉନ

ବ୍ରହ୍ମପୁର,ଏନ୍ଏନ୍ଏସ୍: ଗଞ୍ଜାମ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। ଚଳିତ ୯ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଏନଏସି ଓ ୫ଟି ବ୍ଲକ ମୁଖ୍ୟାଳୟରେ ସଟଡାଉନ ଘୋଷଣା କରାଯାଇଛି। ଏଥିସହିତ ବ୍ରହ୍ମପୁର ମହାନଗର ସମେତ ସମସ୍ତ ସହରାଞ୍ଚଳ ହିଞ୍ଜିଳିକାଟୁ ମ୍ୟୁନିସିପାଲଟି ଓ ସମସ୍ତ ଏନଏସି ଅଞ୍ଚଳ ମଧ୍ୟ ସଟଡାଉନ ରହିବ। ସଟଡାଉନ ସମୟରେ ଜିଲ୍ଲାରେ ସମସ୍ତ ଜରୁରୀକାଳୀନ ସେବା ଚାଲୁରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଘରକୁ ଘର ବୁଲି ଲୋକମାନଙ୍କ ସ୍କ୍ରିନିଂ ପରୀକ୍ଷା କରାଯିବ। ଏଥିପାଇଁ ୨ଶହ ଟିମ ଗଠନ କରାଯାଇଛି। ସର୍ଭେରେ ବ୍ରହ୍ମପୁର ପାଇଁ ୧୦୦ ଓ ଅନ୍ୟ ଅଞ୍ଚଳ ପାଇଁ ୧୦୦ଜଣ ରହିବେ। ଏହିସବୁ ଟିମ୍ ପାଇଁ ଜଣେ ଜଣେ ଡାକ୍ତର ରହିଛନ୍ତି। ଗଞ୍ଜାମ ଜିଲ୍ଲାରେ ପ୍ରତିଦିନ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏପରି ପ୦କ୍ଷେପ ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି।