ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ାରେ ଆଜି ପୁଣିଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ କାଳୀମନ୍ଦିର ରୋଡ଼ ଅଞ୍ଚଳର ଜଣେ ନାବାଳିକା ବୋଲି ଜଣାପଡିଛି। ସେ ଗତ ୨୯ ଜୁନରେ ଉତ୍ତରପ୍ରଦେଶର ଗାଜିଆବାଦରୁ ଫେରିଥିଲେ। ଗତ ୩ ତାରିଖରେ ତାଙ୍କର ସ୍ୱାବ୍ ପରୀକ୍ଷା ପାଇଁ ପଠାଯାଇଥିଲା। ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଝାରସୁଗୁଡା ମଙ୍ଗଳବଜାରସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜଗଦିଶଚନ୍ଦ୍ର ବାରିକ ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ୧୨୫ ଜଣ କରୋନା ପଜିଟିଭ ଚିହ୍ନଟ ହେଲେଣି। ସେମାନଙ୍କ ମଧ୍ୟରୁ ୯୩ ଜଣ ସୁସ୍ଥ ହୋଇ ସାରିଥିବାବେଳେ ୩୨ ଜଣ ଚିକିତ୍ସାଧୀନ ଅଛନ୍ତି।