ନୂଆଦିଲ୍ଲୀ: ରାମଚନ୍ଦ୍ର ପୌଡେଲ ନେପାଳର ନୂଆ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି । ରାମଚନ୍ଦ୍ର ପୌଡେଲ ଗୁରୁବାର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ପୌଡେଲଙ୍କୁ ୩୩ହଜାର ୮୦୨ ଭୋଟ ମିଳିଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସୁଭାଷ ଚନ୍ଦ୍ର ନେମ୍ବବାଙ୍ଗଙ୍କୁ ୧୫ହଜାର ୫୧୮ ଭୋଟ ମିଳିଥିଲା ।
ନିର୍ବାଚନ ଜିତିବା ପରେ ରାମଚନ୍ଦ୍ର ପୌଡେଲ କହିଥିଲେ ଯେ, ମୁଁ ବିଭିନ୍ନ ସରକାରୀ ଭୂମିକା ନିର୍ବାହ କରିଛି । ପୂର୍ବ ରାଷ୍ଟ୍ରପତିଙ୍କ ସହ ବୈଠକ ମଧ୍ୟ କରିଛି ଏବଂ ସେଠାକର କାର୍ଯ୍ୟ ପ୍ରଣାଳୀ ମଧ୍ୟ ଜାଣିଛି । ଭୂମିକା ଓ କର୍ତ୍ତବ୍ୟ ମୋ ପାଇଁ ନୂଆ ନୁହେଁ ।