ଓସ୍କାର ଜିତିଲା ‘ନାଟୁ ନାଟୁ’ ଓ ‘ଦି ଏଲିଫେଣ୍ଟ ହ୍ୱିସ୍ପର୍ସ’

ନୂଆଦିଲ୍ଲୀ: ଓସ୍କାର ୨୦୨୩ ଭାରତ ପାଇଁ ଐତିହାସିକ ସାବ୍ୟସ୍ତ ହୋଇଛି । ଭାରତ ୨ଟି ଓସ୍କାର ଆୱାର୍ଡ ଜିତିବାରେ ସଫଳ ହୋଇଛି । ଏସ ଏସ ରାଜାମୌଲୀଙ୍କ ଫିଲ୍ମ ‘ଆରଆରଆର’ର ‘ନାଟୁ ନାଟୁ’ ଓରିଜିନାଲ ସଙ୍ଗ କ୍ୟାଟେଗରୀରେ ଆୱାର୍ଡ ନିଜ ନାଁରେ କରିଛି । ସେହିପରି ଗୁନୀତ ମାଗୋଙ୍କ ସର୍ଟ ଡକ୍ୟୁମେଣ୍ଟ୍ରୀ ‘ଦି ଏଲିଫେଣ୍ଟ ହ୍ୱିସ୍ପର୍ସ’କୁ ମଧ୍ୟ ଓସ୍କାର ମିଳିଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଫିଲ୍ମ ସହ ଜଡ଼ିତ ସଭିଙ୍କୁ ଶୁଭକାମନା ଜଣାଇଛନ୍ତି ।