ବେଆଇନ ଗଞ୍ଜେଇ ଚାଲାଣ ବେଳେ ୪ ଗିରଫ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ବେଆଇନ ଗଞ୍ଜେଇ ଚାଲାଣ ବେଳେ ୪ଜଣ ଯୁବକଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ସୋନପୁର ଜିଲ୍ଲା ବୀରମହାରାଜପୁର ଥାନାଞ୍ଚଳର ଦୁର୍ଗା ନାୟକ, ବିବେକା ବେହେରା, ରାଜେଶ ପୌଢ଼ ଓ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାଞ୍ଚଳର କୈଳାଶ ମେଣ୍ଡୁଳି । ମିଳିଥିବା ରିପୋର୍ଟ ମୁତାବକ, ସମ୍ବଲପୁର ପଟୁ ବାରିପଦା ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସରେ ବେଆଇନ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲା । ପରେ ଜିଲ୍ଲା ଅବକାରୀ ବିଭାଗ ସ୍ୱତନ୍ତ୍ର ସ୍କ୍ୱାର୍ଡ ବିଳମ୍ବିତ ରାତିରେ ଦେବଗଡ଼ ପୌରାଞ୍ଚଳ ଗଣେଷ ଛକରେ ବସକୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ବସ ମଧ୍ୟରୁ ବେଆଇନ ଗଞ୍ଜେଇ ସହ ଚାଲାଣ ଅଭିଯୋଗରେ ଅବକାରୀ ବିଭାଗ ସ୍ୱତନ୍ତ୍ର ଦଳ ୪ଜଣ ଅଭିଯୁକ୍ତଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ୧୭ ପ୍ୟାକେଟ ବେଆଇନ ଗଞ୍ଜେଇ ଜବତ କରିଛି । ଅନ୍ୟପଟେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।