ଆଜି ଏଲଏସି ଗସ୍ତ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉଦ୍‌ଘାଟନ କରିବେ ବ୍ରୋ ନିର୍ମିତ ବ୍ରିଜ୍

ନୂଆଦିଲ୍ଲୀ/ଲେହ,ଏଜେନ୍ସି: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଲଦାଖ ଗସ୍ତ କରୁଛନ୍ତି। ସେ ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟରେ ବ୍ରୋ (ବୋର୍ଡର ରୋଡ୍‌ସ ଅର୍ଗାନାଇଜେସନ) ଦ୍ୱାରା ନିର୍ମିତ ନୂଆ ବ୍ରିଜକୁ ଉଦ୍‌ଘାଟନ କରିବେ। ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହା ହେଉଛି ମୂଳ କାମ।

ରାଜନାଥ ସିଂ ଶନିବାର ଏଲଏସିରେ ଚୀନ ସହିତ ଉତ୍ତେଜନା ଏବଂ ସୁରକ୍ଷା ବ୍ୟବସ୍ଥା ନେଇ ସଂକ୍ଷେପରେ ଆଲୋଚନା କରିଥିଲେ। ସେହିଭଳି ପୂର୍ବ ଲଦାଖରେ ସୁରକ୍ଷା ବ୍ୟବସ୍ଥା ପ୍ରତି ସେ କହିଥିଲେ। ସୂଚନାଯୋଗ୍ୟ ଯେ, ରାଜନାଥ ସିଂହ ଲେହକୁ ୩ ଦିନିଆ ଗସ୍ତ କରିଛନ୍ତି। ସେ ଲଦାଖ ଅଟୋନୋମସ ହିଲ ଡେଭଲପମେଣ୍ଟ କାଉନସିଲର ପ୍ରତିନିଧିଙ୍କୁ ଭେଟିଛନ୍ତି। ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ବରିଷ୍ଠ ସେନା ଅଧିକାରୀଙ୍କୁ ସାକ୍ଷାତ କରି ସୁରକ୍ଷା ବ୍ୟବସ୍ଥା ନେଇ ଅବଗତ ହୋଇଛନ୍ତି।