ଦିନକରେ ୩୩୧୯ ନୂଆ ଆକ୍ରାନ୍ତ ଚିହ୍ନଟ; ସଂଗରୋଧରୁ ୧୮୯୬, ସ୍ଥାନୀୟ ସଂକ୍ରମିତ ୧୪୨୩

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗୋଟିଏ ଦିନରେ ଆଉ ୩୩୧୯ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୧୮୯୬ ଓ ସ୍ଥାନୀୟ ସଂକ୍ରମିତ ୧୪୨୩ ଜଣ ଚିହ୍ନଟ ହୋଇଥିବା ଜଣାଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲାରୁ ୧୧୬, ବାଲେଶ୍ୱର ୩୯୭, ବରଗଡ ୪୭, ଭଦ୍ରକ ୧୬୩, ବଲାଙ୍ଗୀର ୧୦, ବଉଦ ୧୬, କଟକ ୫୬୬, ଦେବଗଡ ୪, ଢେଙ୍କାନାଳ ୬୯, ଗଜପତି ୧୨, ଗଞ୍ଜାମ ୧୮, ଜଗତସିଂହପୁର ୧୩୦, ଯାଜପୁର ୧୯୪, ଝାରସୁଗୁଡା ୧୧, କଳାହାଣ୍ଡି ୩୧ ଏବଂ କନ୍ଧମାଳ ଜିଲାରୁ ୨୩ ଜଣ ରହିଛନ୍ତି । ସେହିଭଳି କେନ୍ଦ୍ରାପଡାରୁ ୧୩୪, କେନ୍ଦୁଝର ୬୫, ଖୋର୍ଦ୍ଧା ୪୪୦, କୋରାପୁଟ ୫୯, ମାଲକାନଗିରି ୭୧, ମୟୂରଭଞ୍ଜ ୧୯୯, ନବରଙ୍ଗପୁର ୩୯, ନୟାଗଡ ୧୧୧, ନୂଆପଡା ୪, ପୁରୀ ୧୭୫, ରାୟଗଡା ୪୩, ସମ୍ବଲପୁର ୨୯, ସୋନପୁର ୧୭, ସୁନ୍ଦରଗଡ ୩୬ ଏବଂ ଷ୍ଟେଟପୁଲରୁ ୯୦ ଜଣ ଚିହ୍ନଟ ହୋଇଛନ୍ତି।

ଆଜିର ନୂତନ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୦୩ ହଜାର ୭୮୯କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୮ ଲକ୍ଷ ୬୭ ହଜାର ୪୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୩୨ ହଜାର ୪୦୪ ଜଣ ବିଭିନ୍ନ ସ୍ଥାନରେ ଚିକିତ୍ସିତ ଅଛନ୍ତି।