ଚୀନ ସୀମାରେ ନିର୍ମାଣ ହେଉଥିବା ସେଲା ସୁଡ଼ଙ୍ଗ ଉଦଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଦିନ ରାଷ୍ଟ୍ରୀୟ ୟୁଦ୍ଧ ସ୍ମାରକରୁ BRO (Border Roads Organisation) ଦ୍ୱାରା ଆୟୋଜିତ ମୋଟରସାଇକେଲ ରାଲି ଅଭିଯାନକୁ ପତାକା ଦେଖାଇ ଆରମ୍ଭ କରିଛନ୍ତି। ଅରୁଣାଚଳ ପ୍ରଦେଶରେ ନିର୍ମାଣ ହେଉଥିବା ସେଲା ସୁଡ଼ଙ୍ଗର ଶେଷ ପର୍ଯ୍ୟାୟକୁ ଦିଲ୍ଲୀରୁ ଉଦଘାଟନ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, BRO ଉପଲବ୍ଧି ଦୁନିଆରେ ଅଧ୍ୟୟନର ବିଷୟ। ଦୁନିଆର ସବୁଠାରୁ ଉଚ୍ଚରେ ନିର୍ମାଣ ହେଇଥିବା ଅଟଳ ଟନେଲ ହେଉ କି ଦୁନିଆର ସବୁଠାରୁ ଉଚ୍ଚ ମୋଟରବେଲ ପାସ ହେଉ କିମ୍ବା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସେଲା ସୁଡ଼ଙ୍ଗ ହେଉ।

ରାଜନାଥ ସିଂହ ଦିଲ୍ଲୀରେ ରସ୍ତରୀୟ ସ୍ମାରକରୁ ବଟମ ଚାପିଲେ ଓ ସୁଡ଼ଙ୍ଗରେ ପ୍ରକଳ୍ପର ଶେଷ ପର୍ଯ୍ୟାୟ କାମ ଆରମ୍ଭ ହୋଇଥିଲା। ସେଲା ସୁଡ଼ଙ୍ଗର ନିର୍ମାଣ କାର୍ଯ୍ୟ ୨୦୨୨ ଜୁନ ସୁଦ୍ଧା ଶେଷ ହୋଇଯିବ ବୋଲି ଅନୁମାନ କରାଯାଉଛି। ଏହି ସୁଡ଼ଙ୍ଗ ସେଲା ଦର୍ରେ ଦେଇ ଯିବ। ଏହି ସୁଡ଼ଙ୍ଗ ସମ୍ପୂର୍ଣ୍ଣ ହେବାପରେ ତବାଙ୍ଗ ଜରିଆରେ ଚୀନ ସୀମା ଯାଏଁ ଦୂରତା ୧୦ କିଲୋମିଟର କମ ହୋଇଯିବ। ଏହାଦ୍ୱାରା ଆସାମ ତେଜପୁର ଓ ଅରୁଣାଚଳ ପ୍ରଦେଶର ତବାଙ୍ଗରେ ସ୍ଥିତ ସେନାର ୪ କୋର ମୁଖ୍ୟାଳୟ ମଧ୍ୟରେ ଯାତ୍ରା ସମୟ ପ୍ରାୟ ଏକ ଘଣ୍ଟା କମିଯିବ।