ନୂଆଦିଲ୍ଲୀ,ଏଜେନ୍ସି: ଦେଶର ସେନାବାହିନୀକୁ ବିକାଶ ପଥରେ ଆଗେଇ ନେବାକୁ ଏବଂ ପ୍ରତିଟି ପଦକ୍ଷେପରେ ସେମାନେ କିଭଳି ସଫଳତା ହାସଲ କରିବେ, ସେଥିପାଇଁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ବୁଧବାର ନୂଆଦିଲ୍ଲୀରେ ଆୟୋଜିତ ସେନା କମାଣ୍ଡର ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ବର୍ତ୍ତମାନ ସୁରକ୍ଷା କ୍ଷେତ୍ରରେ ଭାରତୀୟ ସେନା ଗ୍ରହଣ କରୁଥିବା ପଦକ୍ଷେପ ପ୍ରଶଂସନୀୟ। ଶ୍ରୀ ସିଂ କହିଛନ୍ତି ଯେ ସଶସ୍ତ୍ର ବାହିନୀକୁ ମଜଭୂତ କରିବା ପାଇଁ ସରକାର ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ସ୍ୱାଧୀନତା ପର ଠାରୁ ଦେଶର ସୁରକ୍ଷା ତଥା ସାର୍ବଭୌମତ୍ୱର ସୁରକ୍ଷା ପାଇଁ ଦେଶର ସେନା ଅନେକ ଆହ୍ୱାନର ମୁକାବିଲା କରିବାରେ ସଫଳ ହୋଇଛି। ଆତଙ୍କବାଦ, ବିଦ୍ରୋହ କିମ୍ବା ବାହ୍ୟ ଆକ୍ରମଣର କଡ଼ା ଜବାବ ଦେବାରେ ସେନା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି।