ବିଦ୍ୟୁତ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ

ମୋହନା,ଏନ୍ଏନ୍ଏସ୍: ଗଜପତି ଜିଲ୍ଲା ଅଡବା ଥାନା ଅଲିଗଣ୍ଡା ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ରାଜମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ହେଲେ ତାଜୁଙ୍ଗି ଗ୍ରାମର ପୃଥିବୀରାଜ ବେହେରା । ସୂଚନାଯୋଗ୍ୟ ଯେ, ପୃଥିବୀରାଜ ବୁଧବାର ସେ ଜୟଭାରତୀ ସାହିରେ ଥିବା ବାଲେନ୍ତିନ ନାୟକଙ୍କ ଛାତ ଉପରେ କାମ କରୁଥିବା ସମୟରେ କୌଣସି କାରଣ ବଶତଃ ୧୧ କେଭି ତାରରେ ଲାଗିଯାଇଥଲେ । ସେଠାରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମୋହନା ଡାକ୍ତରଖାନା ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।