ଆଇପିଏଲ୍‌: ଆଜି କ୍ୱାଲିଫାୟର-୨ ପାଇଁ ରାଜସ୍ଥାନ ରୟାଲ୍ସକୁ ଭେଟିଭ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଅହମ୍ମଦାବାଦ,ଏଜେନ୍ସି: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌)-୨୦୨୨ର କ୍ୱାଲିଫାୟର-୨ ଆଜି ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯିବ। ଏହି ମ୍ୟାଚ୍‌ରେ ଯେଉଁ ଟିମ୍ ବିଜୟ ହାସଲ କରିବ ଗୁଜରାଟ ଟାଇଟନ୍ସକୁ ମେ’ ୨୯ ତାରିଖରେ ଭେଟିବେ। ତେଣୁ ଆଜିର ମ୍ୟାଚ୍‌ଟି ଗୁରୁତ୍ୱପୂର୍ଣ୍ଣ। ମ୍ୟାଚ୍‌ ଜିତିବା ପାଇଁ ଉଭୟ ଦଳ ବ୍ୟାପକ ରଣନୀତି କରିସାରିଛନ୍ତି।

କୋଲକାତାର ଇଡେନ୍ ଗାର୍ଡେନରେ ବୁଧବାର ଖେଳାଯାଇଥିବା ଏଲିମିନେଟରରେ ଲଖନଉ ସୁପର ଜ୍ୟାଣ୍ଟସ୍‌କୁ ୧୪ ରନ୍‌ରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କ୍ୱାଲିଫାୟର-୨ରେ ପ୍ରବେଶ କରିଛି। ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୪ୱିକେଟ୍ ବିନିମୟରେ ୨୦୭ ରନ୍ କରିଥିଲା। ଜବାବରେ ଲଖନଉ ୬ଟି ୱିକେଟ୍ ହରାଇ ୧୯୩ ରନ୍‌ରେ ଅଟକି ଯାଇଥିଲା।

ଏହା ପୂର୍ବରୁ କୋଲକାତାରେ ଗତ ୨୪ ତାରିଖରେ ଖେଳାଯାଇଥିବା କ୍ୱାଲିଫାୟର-୧ରେ ଗୁଜରାଟ ଟାଇଟନ୍ସ ଠାରୁ ୭ ୱିକେଟରେ ରାଜସ୍ଥାନ ହାରି ଆଜି କ୍ୱାଲିଫାୟର-୨ ଖେଳିବାକୁ ସୁଯୋଗ ପାଇଁଛି। କ୍ୱାଲିଫାୟର-୧ରେ ରାଜସ୍ଥାନ ରୟାଲ୍ସ ୬ଟି ୱିକେଟ ହରାଇ ୧୮୮ ରନ୍ କରିଥିଲା। ଜବାବରେ ଗୁଜରାଟ ୧୯.୩ ଓଭରରେ ୩ଟି ୱିକେଟ ହରାଇ ୧୯୧ ରନ୍ କରି ଫାଇନାଲରେ ପହଞ୍ଚିଥିଲା।