ଗହଲୋତ ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଲେ ରାଜସ୍ଥାନର ୪ ବିଧାୟକ

ଜୟପୁର,ଏଜେନ୍ସି: ରାଜସ୍ଥାନ କଂଗ୍ରେସରେ ପୁଣି ଥରେ ବିବାଦ ଦେଖାଯାଇଛି। ବିଗତ ୪ ଦିନ ମଧ୍ୟରେ ୪ ଜଣ ବିଧାୟକଙ୍କର ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତଙ୍କ ଜଣେ ସଚିବ ସହିତ ମତାନ୍ତର ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି। କ୍ରୀଡା ମନ୍ତ୍ରୀ ଅଶୋକ ଚନ୍ଦନା ମୁଖ୍ୟମନ୍ତ୍ରୀ ଶ୍ରୀ ଗହଲୋତଙ୍କ ପ୍ରମୁଖ ସଚିବ କୁଲଦୀପ ରାଙ୍କାଙ୍କ ବିରୋଧରେ ଲେଖି ଇସ୍ତଫା ପାଇଁ ଉଦ୍ୟମ କରିଛନ୍ତି।

ଗୁରୁବାର କ୍ରୀଡ଼ାମନ୍ତ୍ରୀ କହିଛନ୍ତି ଯେ, ମାନନୀୟ ମୁଖ୍ୟମନ୍ତ୍ରୀ, ମୋର ଆପଣଙ୍କର ଠାରେ ବ୍ୟକ୍ତିଗତ ଅନୁରୋଧ ଯେ, ମୋତେ ମନ୍ତ୍ରୀ ପଦରୁ ମୁକ୍ତ କରାଯାଉ। ମୋର ସମସ୍ତ ଦାୟିତ୍ୱ କୁଲଦୀପ ରାଙ୍କାଙ୍କୁ ଦିଆଯାଉ। କାରଣ ଏମିତିରେ ସେ ସବୁ ବିଭାଗର ମନ୍ତ୍ରୀ ଅଟନ୍ତି।

ଏହା ପୂର୍ବରୁ ବୁଧବାର ଅନ୍ୟ ଜଣେ ବିଧାୟକ ମଧ୍ୟ ଗହଲୋତ ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିଲେ। ଚିତ୍ତୋରଗଡ଼ରର ବେଗୁର କଂଗ୍ରେସ ବିଧାୟକ ରାଜେନ୍ଦ୍ର ବିଧୁଡି କହିଥିଲେ ଯେ, ସରକାରରେ କର୍ମକର୍ତ୍ତାଙ୍କୁ କେହି ଶୁଣୁନାହାନ୍ତି। ଏହି ସରକାରରେ କୌଣସି ବିଧାୟନ ନିର୍ବାଚନ ଜିତିପାରିବେ ନାହିଁ।

କଂଗ୍ରେସରୁ ଇସ୍ତଫା ଦେଇସାରିଥିବା ଚେକୁ ଡୁଙ୍ଗରପୁର ବିଧାୟକ ଓ ଯୁବ କଂଗ୍ରେସର ସଭାପତି ଗଣେଶ ଘୋଘରା ଦିଲ୍ଲୀରେ କଂଗ୍ରେସ ସଂଗଡ଼ର ମହାସଚିବ କେସି ବେଣୁଗୋପାଳଙ୍କୁ ଭେଟି ଅଶୋକ ଗହଲୋତ ସରକାରଙ୍କୁ ଅଭିଯୋଗ କରିଛନ୍ତି। ପ୍ରତାପଗଡ଼ର ବିଧାୟକ ରାମଲାଲ ମୀନା ଟୁଇଟ କରି କଂଗ୍ରେସକୁ କହିଛନ୍ତି ଯେ, ଡୁଙ୍ଗରପୁର ଜିଲ୍ଲାରେ କଂଗ୍ରେସ ଶେଷ ହେବାକୁ ଯାଉଛି। ଏହାକୁ ବଞ୍ଚାଇ ନିଅନ୍ତୁ।