ରାଇରଙ୍ଗପୁରରେ ନିର୍ମମ ହତ୍ୟା କାଣ୍ଡ, ସ୍ତ୍ରୀ ସାମ୍ନାରେ ହାଣିଦେଲେ ଶିକ୍ଷକ ସ୍ୱାମୀକୁ

ମୟୂରଭଞ୍ଜ,ଏନ୍ଏନ୍ଏସ୍: ଅଜି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଏକ ଶିକ୍ଷକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି। ସ୍ତ୍ରୀ ସାମ୍ନାରେ ସ୍ୱାମୀକୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଶିକ୍ଷକ ଜଣଙ୍କ ପଡୋଶୀ ରାଜ୍ୟ ଝାଡଖଣ୍ଡର ଡୁମୁରିଆରେ ଶିକ୍ଷକତା କରୁଥିଲେ।

ସୂଚନା ଅନୁସାରେ ଆଜି ୨ଜଣ ଦୁର୍ବୃତ୍ତ ଆସି ଶିକ୍ଷକଙ୍କୁ ତାଙ୍କ ସ୍ତ୍ରୀ ସାମ୍ନାରେ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ କେଉଁ କାରଣରୁ ଦୁର୍ବୃତ୍ତମାନେ ଏଭଳି ନିର୍ମମ କାଣ୍ଡ ଘଟାଇଛନ୍ତି ତାହା ସ୍ପଷ୍ଟ ହୋଇନଥିବା ବେଳେ ଏ ନେଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ପୁଲିସ ୨ଜଣଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି।