ଜଳେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଦୁଧିଆନାଳି ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ତ୍ରୀର ପ୍ରମିକାକୁ ସ୍ୱାମୀ କୁରାଢିରେ ହଣି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ସ୍ୱାମୀ ଜଣଙ୍କ କାମରେ ଘରୁ ବାହାରକୁ ଯାଇଥିବା ବେଳେ ସ୍ତ୍ରୀର ପ୍ରେମିକା ତାଙ୍କ ଘରକୁ ଆସିଥିଲେ। ଅଚାନକ ସ୍ୱାମୀ ଘରକୁ ଫେରିଆସିବାରୁ ସେ ଘରେ ଜଣେ ଯୁବକ ଶୋଇଥିବା ଦେଖିବାକୁ ପାଇଥିଲେ। ତେବେ ସେ ଘରେ ନଥିବା ବେଳେ ତାଙ୍କ ଘରେ ଜଣେ ଅଜଣା ଯୁବକ ଆସି ଶୋଇଥିବାରୁ ସେ ଉତ୍ତ୍ୟକ୍ତ ହୋଇଯାଇଥିଲେ। ପରେ ସେ ସମ୍ପୃକ୍ତ ଯୁବକ ଜଣଙ୍କୁ ଏକ କୁରାଢିରେ ହାଣି ହତ୍ୟାକରିଥିଲେ। ହତ୍ୟାପରେ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ତେବେ ଏ ନେଇ ତାଙ୍କ ପତ୍ନୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିିଁ।