ରାଇକିଆରେ ଅନିର୍ଦ୍ଦଷ୍ଟ କାଳଯାଏ ବନ୍ଦ ହେଲା ହାଟ

ଫୁଲବାଣୀ,ରାଇକିଆ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲାରେ ୪୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୬୪୪୭ରେ ପହଞ୍ଚିଥିବାବେଳେ ଆକ୍ଟିଭ କେସ୍ ସଂଖ୍ୟା ୩୨୫ ହୋଇଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ସଂକ୍ରମଣକୁ ରୋକିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଜି.ଉଦୟଗିରିରେ ସକାଳ ୬ରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଦୋକାନ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଆଜି ଫୁଲବାଣୀ ସହରର ମୁଖ୍ୟ ତେଜରାତି ଦୋକାନଗୁଡ଼ିକ ଦିନ ୨ଟା ପରଠାରୁ ବନ୍ଦ ରହିଛି। ସେହିଭଳି ବାଲିଗୁଡ଼ା ସଦରମହକୁମାରେ ବଣିକ ସଂଘ ପକ୍ଷରୁ ମଧ୍ୟ ନିଷ୍ପତି ନିଆଯାଇ ଶୁକ୍ରବାର ଠାରୁ ସମସ୍ତ ଦୋକାନ ବଜାର ସକାଳ ୬ରୁ ୨ ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ନିଷ୍ପତି ନିଆଯାଇଛି। ସେହିଭଳି ଜିଲ୍ଲାର ସବୁଠାରୁ ବଡ଼ ସାପ୍ତାହିକ ହାଟଭାବେ ପରିଚିତ ରାଇକିଆ ହାଟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ପାଇଁ ନିଷ୍ପତି ନିଆଯାଇଛି।