ଆଡଭାନ୍ସ ଲାଇଫ୍ ସୋପର୍ଟ ସିଷ୍ଟମ ଆମ୍ବୁଲାନ୍ସ ଲୋକାର୍ପିତ

ଦେବଗଡ଼,ଏନ୍ଏନ୍ଏସ୍: କରୋନା ବିପତ୍ତି କାଳରେ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗଇ ଦେବା ଉଦ୍ଦେଶ୍ୟରେ ସାଂସଦ ପାଣ୍ଠିରୁ ସମ୍ବଲପୁର ଲୋକସଭା ସାଂସଦ ନିତେଶ ଗଙ୍ଗଦେବ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏକ ଆମ୍ବୁଲାନ୍ସ ପ୍ରଦାନ କରିଛନ୍ତି। ଆଜି ସଂନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆୟୋଜିତ ଲୋକାର୍ପଣ କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ଗଙ୍ଗଦେବ ଉପସ୍ଥିତ ରହି ଆଡଭାନ୍ସ ଲାଇଫ ସୋପର୍ଟ ସିଷ୍ଟମ ଆମ୍ବୁଲାନ୍ସକୁ ଶୁଭାରମ୍ଭ କରିଥିଲେ। ସାଂସଦଙ୍କ ପାଣ୍ଠିରୁ ଜିଲ୍ଲାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଭିତ୍ତି ଭୂମିର ବିକାଶ ପାଇଁ ୭୫ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିବାବେଳେ ଏହି ଅର୍ଥରୁ ୫୮ ଲକ୍ଷ ଟଙ୍କା ବ୍ୟୟରେ ଆଡଭାନ୍ସ ଲାଇଫ ସୋପର୍ଟ ସିଷ୍ଟମ ଆମ୍ବୁଲାନ୍ସ କିଣାଯାଇ କୋଭିଡ ସଂକ୍ରମଣରେ ଗୁରୁତର ରୋଗୀଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବିଭିନ୍ନ ଡାକ୍ତରଖାନାକୁ ସ୍ଥାନାନ୍ତର ପାଇଁ ନିୟୋଜନ କରାଯିବ ବୋଲି ସାଂସଦ ଶ୍ରୀ ଗଙ୍ଗଦେବ ପ୍ରକାଶ କରିଥିଲେ। ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟଙ୍କ ସମେତ ବହୁ ଦଳୀୟକର୍ମୀ ଉପସ୍ଥିତ ଥିଲେ।