ମାଲପଡ଼ା ଓ ଚନ୍ଦ୍ରଶେଖର ନଗର କଣ୍ଟେନମେଣ୍ଟ ଜୋନ୍

ବଲାଙ୍ଗିର,ଏନ୍ଏନ୍ଏସ୍: ଚଳିତ ବର୍ଷ ବଲାଙ୍ଗିର ସହରର ଦୁଇଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ସହରର ମାଲପଡା ଓ ଚନ୍ଦ୍ରଶେଖର ନଗରକୁ ସଂକ୍ରମଣ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ତରଫରୁ କଣ୍ଟେନମେଣ୍ଟ କରାଯାଇଛି। ଜିିଲ୍ଲା ପ୍ରଶାସନର ସୂଚନା ଅନୁସାରେ ସହରର ୱାର୍ଡ ନଂ ୨ ଏଲଆଇସି ଅଫିସ ସାମ୍ନାରେ ଥିବା ଚନ୍ଦ୍ରଶେଖର ନଗରରୁ ୧୯ଜଣ ପଜିଟିଭ ଚିହ୍ନଟ ହେବାପରେ ସୁଖିଶ୍ୟାମ ତ୍ରିପାଠୀଙ୍କ ଘର ଠାରୁ ପ୍ରହଲ୍ଲାଦ ସାହୁଙ୍କ ଘର ପର୍ଯ୍ୟନ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ କରାଯାଇଛି। ସେହିପରି ମାଲପଡା ଅଞ୍ଚଳରେ ବହୁ ସଂଖ୍ୟକ ସକ୍ରମିତ ଚିହ୍ନଟ ହେବା ପରେ ୱାର୍ଡ ନଂ ୧୫ ମାଲପଡାର ସହିଦ ଭଗତ ସିଂ କ୍ଲବ ଠାରୁ ଘୁଣ୍ଡୁ କିରାନା ଦୋକାନକୁ ଯାଉଥିବା ରାସ୍ତାକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଏହି ଅଞ୍ଚଳରେ ଯାନ ବାହାନ ଚଳାଚଳ ଓ ଜନସାଧାରଣଙ୍କ ଗତାଗତକୁ ବାରଣ କରାଯାଇଛି। ତେବେ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ଓ ଖାଦ୍ୟ ସମ୍ବନ୍ଧୀୟ ଦାୟିତ୍ୱ୍ୱ ଖୋଦ ପ୍ରଶାସନ ନେବା ସହ ବିଭିନ୍ନ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଆସନ୍ତା ୭ ଦିନ ମଧ୍ୟରେ ଘର କୁ ଘର ବୁଲି ସମସ୍ତ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସମେତ ସେମାନଙ୍କ ଚିକିତ୍ସା କରାଯିବା ନେଇ ପ୍ରଶାସନ ସୂଚନା ଦେଇଛି।