ଗଛ ପକାଇ ରାସ୍ତା ଅବରୋଧ କଲେ ମାଓବାଦୀ

ରାଇଘର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଛତିଶଗଡ଼ ରାଜ୍ୟ ସୀମାକୁ ଲାଗି ରହିଥିବା ରାଇଘର ବ୍ଲକରେ ପୁଣି ନିଜର ଉପସ୍ଥିତି ଜାହିର କରିଛନ୍ତି ମାଓବାଦୀ। ରାଇଘର ଠାରୁ ହାତୀଗାଁ ରାସ୍ତାରେ ଗଛ ପକାଇ ରାସ୍ତା ଅବରୋଧ କରିବା ସହ ୧୧ଟି ଦାବି କରିଛନ୍ତି ମାଓବାଦୀ। କେନ୍ଦ୍ର ସରକାରଙ୍କ ଜଙ୍ଗଲ ନୀତିକୁ ବିରୋଧ କରିବା ସହ ଜଙ୍ଗଲ ଜାତ ଦ୍ରବ୍ୟର ଉଚିତ୍ ମୂଲ୍ୟ ଶ୍ରମିକମାନଙ୍କୁ ଦେବା, ଜଙ୍ଗଲ କଟାକୁ ବିରୋଧ କରି ପୋଷ୍ଟର ଓ ବ୍ୟାନର ମାରି ନିଜର ଉପସ୍ଥିତି ଜାହିର କରିଛନ୍ତି । ଅନ୍ୟପକ୍ଷରେ ନିକଟରେ ଏକ ଟିଫିନ ବୋମା ଉଦ୍ଧାର କରାଯାଇଥିବା ବେଳେ ରାସ୍ତାରେ ଗାତ ଖୋଳାଯାଇ ଥିବାରୁ ସେଠାରେ ବୋମା ଥିବା ସନ୍ଦେହ କରା ଯାଉଛି। ନବରଙ୍ଗପୁର ଠାରୁ ବୋମା ନିଷ୍କ୍ରିୟ କାରି ଦଳ ଆସିବା ପରେ ରାଇଘର ପୁଲିସ୍ ଘଟଣାସ୍ଥଳକୁ ଯିବ ବୋଲି ଏସପି କହିଛନ୍ତି। ମୈନପୁର- ନୂଆପଡ଼ା ଡିଭିଜନ ତରଫରୁ ଏହି ପୋଷ୍ଟର ଓ ବ୍ୟାନର ଲଗା ଯାଇଥିବା ବେଳେ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରିବା ପାଇଁ ମାଓବାଦୀମାନେ ଆହ୍ୱାନ କରିଛନ୍ତି।