ଜୁଆ ଆଡ୍ଡାରେ ଚଢ଼ଉ, ୧୫ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା କବରସ୍ଥାନପଡ଼ାରେ ଜୁଆ ଖେଳ ଚାଲୁଥିବା ସମୟରେ ପୁଲିସ ଚଢ଼ଉ କରି ୧୫ ଜଣ ଜୁଆଡିଙ୍କୁ ଗିରଫ କରିଛି। ଏହି ସମୟରେ ସେମାନଙ୍କଠାରୁ ନଗଦ ୭୧ ହଜାର ୯ଶହ ଟଙ୍କା, ୧୦ଟି ମୋଟର ସାଇକେଲ ଓ ୧୫ଟି ମୋବାଇଲ ଫୋନ ଜବତ ହୋଇଛି। ପୁଲିସ ସୂଚନା ଅନୁସାରେ ରବିବାର ରାତିରେ କବରସ୍ଥାନପଡାରେ ଜୁଆଖେଳ ଚାଲୁଥିବା ଝାରସୁଗୁଡ଼ା ପୁଲିସକୁ ସୂଚନା ମିଳିଥିଲା। ଏନେଇ ପୁଲିସର ଏକ ସ୍ୱତନ୍ତ୍ର ଦଳ ଜୁଆ ଆଡ୍ଡା ଉପରେ ଅତର୍କିତ ଭାବରେ ଚଢ଼ଉ କରିଥିଲା। ତେବେ ସମସ୍ତ ଜୁଆଡିଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।

ସେହିପରି ଗତ ୩ ଦିନ ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲା ପୁଲିସ ପକ୍ଷରୁ ୩ଟି ଜୁଆ ଆଡ୍ଡା ଉପରେ ଚଢ଼ଉ କରାଯାଇଛି। ଯେଉଁଥିରୁ ୩୭ ଜଣ ଜୁଆଡିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜୁଆ ଖେଳ ଉପରେ ରୋକ ଲଗାଇବା ପାଇଁ ଝାରସୁଗୁଡା ଜିଲ୍ଲା ଆରକ୍ଷୀ ଅଧିକାରୀ ରାହୁଲ ପିଆରଙ୍କ ନିର୍ଦ୍ଦେଶରେ ଏହି ଚଢ଼ଉ ହେଉଛି।