ପାଟଣାଗଡ଼ ପ୍ରଶାସନ ତରଫରୁ ପାଣି ବୋତଲ ଫ୍ୟାକ୍ଟ୍ରିରେ ଚଢ଼ଉ

ବୋପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାପଡ଼ ପ୍ରଶାସନ ତରଫରୁ ଆଜି ବ୍ରହପୁରାଠାରେ ଥିବା ଏକ ଗୋଦାମ ଘରେ ବିସଲେରୀ ପାଣି ବୋତଲର ବୈଧ ସମୟ ପରିବର୍ତ୍ତନ କରାଯାଉଥିବା ସମୟରେ ଚଢ଼ଉ କରାଯାଇଛି। ଏଥିସହିତ ଉକ୍ତ ଗୋଦାମର ମାଲିକ ବିଶେଶ୍ୱର ପାଣିଗ୍ରାହୀଙ୍କୁ ପୁଲିସ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ମିଳିଥିବା ରିପୋର୍ଟ ମୁତାବିକ, ବିଶେଶ୍ୱର ପାଣିଗ୍ରାହୀ ଛତିଶଗଡ଼ର ଘରମାରିଆ ବେଭେଜ ଇଣ୍ଡଷ୍ଟ୍ରିୁଜରୁ ପାଣି ବୋତଲ ଆଣି ଏଠାରେ ତାରିଖ ପରିବର୍ତ୍ତନ କରୁଥିଲେ। ଉକ୍ତ ଘଟଣାରେ ସଂଗ୍ରହ ହୋଇଥିବା ନମୁନା ପରିକ୍ଷା କରିବାକୁ ପଠାଯିବ ବୋଲି ବଲାଙ୍ଗିର ଖାଦ୍ୟ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ନମୂନା ଆସିଲା ପରେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କହିଛନ୍ତି।

ସେହିପରି ପାଟଣାଗଡ଼ରେ ଥିବା ଏସଏସ ଇଣ୍ଡଷ୍ଟ୍ରିଜ ଉପରେ ମଧ୍ୟ ପାଟଣାଗଡ଼ ଉପଜିଲ୍ଲାପାଲ ସୋମନାଥ ପ୍ରଧାନ, ମାଜିଷ୍ଟ୍ରେଟ ଭାବେ ଖପ୍ରାଖୋଲ ତହସିଲଦାର ଓ ବଲାଙ୍ଗିର ଖାଦ୍ୟ ନିରାପତ୍ତା ଅଧିକାରୀ ବିଶ୍ୱଜିତ ପ୍ରମୁଖ ପହଞ୍ଚି ଅଧିକ ତଦନ୍ତ କରୁଥିବା ଦେଖାଦେଇଛି। ଜବତ ହୋଇଥିବା ପାଣି ବୋତଲ ଆମର ନୁହେଁ ବୋଲି ଏସଏସ ଇଣ୍ଡଷ୍ଟ୍ରିଜ ମାଲିକ ସରୋଜ ମେହେର ଗଣମାଧ୍ୟମରେ ପ୍ରକଶ କରିଛନ୍ତି।