ଜଳୁଛି ଦଉଳିଆ ବାଘରାଖୋଲ ଜଙ୍ଗଲ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଚନ୍ଦକା- ଡମପଡ଼ା ଅଭୟାରାଣ୍ୟ ନିକଟସ୍ଥ ଦେଉଳିଆ ବାଘରାଖୋଲ ଜଙ୍ଗଲରେ ନିଆଁ ଲାଗିଛି। ନିଆଁକୁ ଆୟତ୍ତ କରାନଗଲେ ଅଭୟାରଣ୍ୟକୁ ବ୍ୟାପିବାର ସମ୍ଭାବନା ରହିଛି। କିନ୍ତୁ ଏପର୍ଯ୍ୟନ୍ତ ମାତ୍ର ଗୋଟିଏ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିନଥିବା ସୂଚନା ମିଳିଛି। କେହି ଦୁର୍ବୁତ୍ତ ଶିକାର କରିବା ଉଦ୍ଦେଶ୍ୟରେ ଜଙ୍ଗଲରେ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି।