ଗାନ୍ଧୀନଗର: ଗୁଜରାଟରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟର ୪ଟି ପ୍ରମୁଖ ସହର ଅହମ୍ମଦାବାଦ, ଭଡ଼ଦୋରା, ସୁରତ ଓ ରାଜକୋଟରେ ମାର୍ଚ୍ଚ ୧୭ରୁ ୩୧ ମଧ୍ୟରେ ନାଇଟ କର୍ଫ୍ୟୁ ଲାଗୁ ହେବ। ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ରହିବ ବୋଲି ଜଣାପଡ଼ିଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବିକ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୦୦ଟି ନୂଆ ମାମଲା ସାମ୍ନାକୁ ଆସିଛି। ଫଳରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୭୭ହଜାର ୩୯୭ ହୋଇଥିବାବେଳେ ୨ଲକ୍ଷ ୬୮ହଜାର ୭୭୫ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୪୪୨୫ଜଣଙ୍କର ମୃତ୍ୟୁ ଘଟିଛି ଓ ୪୨୦୦ ଜଣ ଚିକିତ୍ସିତ ହେଉଛନ୍ତି।