ନୂଆପଡ଼ା: ନୂଆପଡ଼ା ସଦର ଥାନା ପୁଲିସ ଗୋଡ଼ଫୁଲ ଓ ସାଲିହା ମଧ୍ୟସ୍ଥ ଜଙ୍ଗଲରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ଉ କରି ୧୧ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ନଗଦ ୫୮ ହଜାର ୫୧୦ ଟଙ୍କା ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ନୂଆପଡ଼ାର ମହମ୍ମଦ ୱାସିମ(୨୩), ସିରତାଲର ଟୁନୁ ରାଣା (୨୨), ହଂସପୁରୀର ଓମକାର ସାହୁ(୩୬), ଜୋଙ୍କ ଥାନା ମୁଢ଼େଲା ଗାଁ’ର ଗନି ହରିଜନ(୭୦), ସିରତାଲର ଗଙ୍ଗାଧର ରଣା(୩୧), ତେଲିପଡ଼ାର ବିରୁ ମହାନନ୍ଦ(୨୫), ମନ୍ଦିରପଡ଼ାର ହେମନ୍ତ ରାଉତ(୨୮), ଧାମନପୁରୀ ପୁନୋଉଲାଲ ସାହୁ(୨୯), ମହୁଳଭଗର ମହମ୍ମଦ ସିରାଜ(୩୨) ଓ ତେଲିପଡାର ଗୁଡୁ ବାରିକ (୨୨) । ଏଥିସହ ଉକ୍ତ ଟିମ୍ ସେମାନଙ୍କଠାରୁ ନଗଦ ଟଙ୍କା ସହ ୯ଟି ବାଇକ ଓ ୧୦ଟି ମୋବାଇଲ ଫୋନ ଜବତ କରିଛି ।
ସୂଚନାଯୋଗ୍ୟ, ଉପରୋକ୍ତ ଜଙ୍ଗଲରେ ଏକ ବଡ଼ ଧରଣର ଜୁଆ ଆଡ୍ଡା ଚାଲିଥିବା ନେଇ କୌଣସି ସୂତ୍ରରୁ ନୂଆପଡ଼ା ପୁଲିସ ଖବର ପାଇଥିଲା । ପରେ ସଦର ଥାନାଧିକାରୀ ନିର୍ମଳ ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ ଏସଆଇ ବିନୋଦ ସେଠୀଙ୍କ ନେତୃତ୍ୱରେ ଏକ ଟିମ ଜୁଆ ଆଡ୍ଡା ଉପରେ ଚଢ଼ଉ କରିଥିଲା । ତେବେ ଏନେଇ ପୁଲିସ ଏକ ମାମଲା ରୁଜୁ କରି ୧୧ଜଣ ଜୁଆଡ଼ିଙ୍କୁ ୪୧ ସିଆରପିସି ନୋଟିସ ଦେଇ ଛଡ଼ାଯିବ ବୋଲିି ଥାନାଧିକାରୀ ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।